Odisha news

ନିଖୋଜ ଶୁଭେନ୍ଦୁଙ୍କ ମୃତଦେହ ମିଳିଲା: ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି ପରିବାରବର୍ଗ

0

ବାଲିଗୁଡା,ଜାନୁୟାରୀ ୧୫ରୁ ନିଖୋଜ ଥିବା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକଙ୍କ ମୃତଦେହ ଗୁରୁବାର ଡଲାମାହା ପାହାଡ଼ରୁ ଉଦ୍ଧାର କରାଯାଇଛି। ସକାଳୁ ପାହାଡ଼ ନିକଟରେ ଏକ ମୃତଦେହ ପଡ଼ିଥିବା ଏବଂ ତାହା ପଚି ଗନ୍ଧ ବାହାରୁଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ମୃତକଙ୍କ ପରବାରବର୍ଗଙ୍କୁ ଖବର ଦେଇଥିଲା। ପରିବାର ଲୋକେ ମୃତଦେହ ଦେଖି ଚିହ୍ନଟ କରିଥିଲେ। ଅନ୍ୟପକ୍ଷରେ ଶୁଭେନ୍ଦୁ ୨୨ଦିନ ହେଲା ନିଖୋଜ ହୋଇଥିଲେ ମଧ୍ୟ କୌଣସି ପତ୍ତା ମିଳୁ ନ ଥିଲା l ଏପରିକି ପୋଲିସରେ ଅଭିଯୋଗ ପରେ ମଧ୍ୟ କୌଣସି ସନ୍ଧାନ ମିଳି ନ ଥିଲା। ହତ୍ୟା ହୋଇଥିବା ନେଇ ସନ୍ଦେହ କରି ପୋଲିସକୁ ସୂଚନା ଦିଆଯାଇଥିଲେ ହେଁ ପୋଲିସ ତାକୁ ଗ୍ରହଣ କରି ନ ଥିଲା ବୋଲି ମୃତକଙ୍କ ଭାଇ କହିଛନ୍ତି। ଏହାର ପ୍ରତିବାଦ କରି ସୋମବାର ପରିବାର ଲୋକେ ଏବଂ ସାହିବାସିନ୍ଦା ରାଇକିଆ-ଜି.ଉଦୟଗିରି-ବାଲିଗୁଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ କରୁଥିବା ଏବଂ ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ଦର୍ଶାଇ ପୋଲିସ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l  ବୁଧବାର ଗିରଫ ସାହି ବାସିନ୍ଦା ଜାମିନ ପାଇ ଫେରିଥିବା ବେଳେ ଗୁରୁବାର ସକାଳୁ ମୃତଦେହ ମିଳିଥିଲା l  ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକେ ବ୍ୟବଚ୍ଛେଦ ପାଇଁ ମୃତଦେହ ନିକଟକୁ ପୋଲିସକୁ ଛାଡ଼ୁନାହାନ୍ତି l ପୋଲିସର ଅବହେଳା ଅଭିଯୋଗ କରି ଉଚ୍ଚ ପଦାଧିକାରୀ ଆସିଲେ ଛଡ଼ାଯିବ ବୋଲି ଦାବି କରିଛନ୍ତି

Nalco
Leave A Reply