ବାଲିଗୁଡା,.କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବୁଧବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବର୍ଷା ଯୋଗୁ ଶୀତର ପ୍ରକୋପ ମଧ୍ୟ ବୃଦ୍ଧି ପାଇବା ସହ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଗତ ୩ଦିନ ହେଲା ଅଞ୍ଚଳରେ କୋହଲା ପାଗ ସହ ଘନ କୁହୁଡି ଆଚ୍ଛାଦିତ ହୋଇ ରହୁଥିଲା। ଏଥିସହ ଝିପିଝିପି ବର୍ଷା ମଧ୍ୟ ହେଉଥିଲା। ତେବେ ବୁଧବାର ବର୍ଷାର ମାତ୍ରା ବୃଦ୍ଧି ପାଇବା ଯୋଗୁ ପନିପରିବା ଚାଷରେ ବହୁ କ୍ଷତି ହେବ ବୋଲି ପରିବା ଚାଷୀ ଦୁରା ପ୍ରଧାନ କହିଛନ୍ତି । ତେବେ ଏହି ବର୍ଷା ହଳଦୀ ଚାଷ ପାଇଁ ବହୁତ ଫାଇଦା ଦେବ ବୋଲି କୁହାଯାଇଛି। ଏବେ ହଳଦୀ ଖୋଳା କାର୍ଯ୍ୟ ଚାଲିଥିବା ବେଳେ ବର୍ଷା କାରଣରୁ ମାଟି ହାଲକା ହୋଇଛି ତେଣୁ ହଳଦୀ ଖୋଳିବା ସହଜ ହୋଇଛି ବୋଲି ହଳଦୀ ଚାଷୀ ନକୁଳ ମଲ୍ଲିକ ପ୍ରକାଶ କରିଛନ୍ତି। ବାଲିଗୁଡା ଟାଉନ ସମେତ ଵାଟଗୁଡ଼ା, ପରମପାଙ୍ଗା, ବାରଖମା, ସୁଡୁରା,ଖମନଖୋଲ,ଲଣ୍ଡାଗାଁ,ରୁତୁଙ୍
