Odisha news

ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ରେ ବାର୍ଷିକ ଉତ୍ସଵ।

0

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲୁରୁ ଛକରେ ରହିଥିବା ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ରେ ସପ୍ତମ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ ଙ୍କ ସଭାପତିତ୍ୱରେ ଉଦ୍ଘାଟକ ରୂପେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ମୁଖ୍ୟ ଅତିଥି ଗ୍ରାସୀମ କମ୍ପାନୀ ୟୁନିଟ ହେଡ ଶଶାଙ୍କ ଶେଖର ପାରିକ ଯୋଗଦେଇ କହିଥିଲେ ଯେ ,ବଡ଼ ମଣିଷ ହେବାକୁ ଜାରି ରଖ ଏହା ଜୀବନ କି ସୁଦୃଢ଼ ଓ ସୃଙ୍ଖଳିତ କରିବ ବୋଲି ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଭାନେତ୍ରୀ ସଂଧ୍ୟାବତୀ ପ୍ରଧାନ,ଡି ଏସ ପି ଉତ୍କଳ କେଶରୀ ଦାଶ ,ଶିକ୍ଷାବିତ ବନା ମ୍ବର ପଲାଇ,ସରପଞ୍ଚ ପ୍ରତିନିଧି କେଦାର ସ୍ବାଇଁ,ସମାଜ ସେବୀ ସୁବାଷ ଚନ୍ଦ୍ର ପଣ୍ଡା,ସେଲଟାକ୍ସ ଅଧିକାରୀ ସାର୍ଥକ କୁମାର ନାୟକ,ବନାଞ୍ଚଳ ବନ୍ୟପ୍ରାଣୀ ଅଧିକାରୀ ନଗେନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ବିଦ୍ୟାଳୟ ପ୍ରତିଷ୍ଠାତା ପୁର୍ଣଚନ୍ଦ୍ର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ନରେନ ନାମଙ୍କ ଏକ ସ୍ମରଣୀକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ଶିକ୍ଷକ ରଞ୍ଜନ କୁମାର ନାହାକ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂଶୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply