Odisha news

ଜିଲ୍ଲା ପରିବହନ ବିଭାଗ ଓ ଟିକାବାଲି ପୋଲିସର ମିଳିତ ଉଦ୍ୟମରେ ଯାନବାହାନ ଯାଞ୍ଚ୍ 

0
ବାଲିଗୁଡା, ତା, ୨୫/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ପରିବହନ ବିଭାଗ ଓ  ଟିକାବାଲି ପୋଲିସ ର ମିଳିତ ଉଦ୍ୟମରେ ୧୫୭ ନଂ. ଜାତୀୟ ରାଜପଥ କୋଚିଲାଗଡ ଠାରେ ପରିବହନ ଅଧିକାରୀ ଶିବାନୀ ମାଝୀ ଙ୍କ ନେତୃତ୍ୱରେ ଯାନବାହାନ ଯାଞ୍ଚ୍ କରାଯାଇଛି । ଯାଞ୍ଚ ବେଳେ ଚାଳକଙ୍କ ଲାଇସେନ୍ସ, ସିଟ୍ ବେଲଟ୍, ହେଲମେଟ, ଇନସୁରାନ୍ସ , ହାଇସିକ୍ୟୁରିଟ ନମ୍ବର ପ୍ଲେଟ୍, ପଲ୍ୟୁସନ , ଆଦି କାଗଜ ପତ୍ର ଯାଞ୍ଚ କରାଯାଇଥିବା ବେଳେ ମାଦକ ଦ୍ରବ୍ୟ ସେବନ କରି ଯାନବାହାନ ଚଳାଚଳ କରୁଥିବା ଚାଳକ ମାନଙ୍କୁ ମଧ୍ୟ ଯାଞ୍ଚ କରାଯାଇଥିଲା । ଏଥିରେ ୨୫ ଟି ଚାଲାଣ କଟାଯାଇ ଦୁଇ ଲକ୍ଷ ଟଙ୍କା ଜୋରିମାନା ଆଦାୟ
କରାଯାଇଥିବା ନେଇ ପରିବହନ ଅଧୂକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଏହି ଯାଞ୍ଚ କାର୍ଯ୍ୟକ୍ରମ ଆଗାମୀ ଦିନରେ କଡାକଡି କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏଥିରେ ଟିକାବାଲି ପୋଲିସ କର୍ମଚାରୀ ଓ
ପରିବହନ ବିଭାଗ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
Leave A Reply