Odisha news

କମ୍ବିଙ୍ଗ ଅପେରସନ ବେଳେ ଅଳ୍ପକେ ବର୍ତ୍ତିଲେ ସୁରକ୍ଷା କର୍ମୀ : ମାଓ କ୍ୟାମ୍ପ ଠାବ ସହ ବିପୁଳ ବିସ୍ପୋରକ ସାମଗ୍ରୀ ଜବତ 

0
ବାଲିଗୁଡା, ତା, ୨୧/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାରେ କମ୍ବିଙ୍ଗ ଅପେରସନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ ଧରଣର ଅଘଟଣ ରୁ ବର୍ତ୍ତିଲେ ସୁରକ୍ଷାକର୍ମୀ l ସୁରକ୍ଷାକର୍ମୀ ଙ୍କୁ ଟାର୍ଗେଟ କରି ଜଙ୍ଗଲ ରେ ଆଇଡି ବିସ୍ପୋରକ ଖଞ୍ଜିଥିଲେ ମାଓବାଦୀ l ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ପାରିଗଡ଼ ପଞ୍ଚାୟତ ର ବାଡ଼ୁସୀ ଗାଁ ନିକଟସ୍ଥ ଗାଙ୍ଗେରିସାରୁ ଜଙ୍ଗଲ ରେ ଚାରୋଟି ଆଇଡି ବିସ୍ପୋରକ କୁ ଜବତ ପରେ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ l ମାଓ ମୁକ୍ତ କନ୍ଧମାଳ ନେଇ ଡେଡ଼ ଲାଇନ ସମୟ ପାଖେଇ ଆସୁଥିବା ବେଳେ ସିଆରପିଏଫ ୧୨୭ ବାଟାଲିୟନ ର “ଡି” କମ୍ପାନୀ ଓ କନ୍ଧମାଳ ପୋଲିସ ପକ୍ଷରୁ ମିଳିତ କମ୍ବିଙ୍ଗ ଅପେରସନକୁ ଜୋରଦାର କରାଯାଇଥିଲା l
କମ୍ବିଙ୍ଗ ଅପେରସନ ବେଳେ ଗାଙ୍ଗେରିସାରୁ ଜଙ୍ଗଲ ରୁ ବଡ଼ ଧରଣର ମାଓ କ୍ୟାମ୍ପ କୁ ମଧ୍ୟ ଠାବ କରାଯାଇଛି l ସେଠାରୁ  ବିପୁଳ ପରିମାଣରେ ଡିଟୋନେଟର, ଜିଲୋଟିନ, ବିସ୍ପୋରକ ବ୍ୟବହୃତ ସାମଗ୍ରୀ, ମେଡ଼ିସିନ,ବାସନ କୁସନ, ମାଓ ଆର୍ଟିକାଲ ମଧ୍ୟ ଜବତ କରାଯାଇଛି  l ବର୍ତ୍ତମାନ  ଗାଙ୍ଗେରୀସାରୁ ଜଙ୍ଗଲରେ କମ୍ବିଙ୍ଗ ଅପେରସନ କୁ କଡାକଡି କରାଯିବା ସହ ସର୍ଚ୍ଚ ଅପେରସନ ମଧ୍ୟ ଜାରୀ ରହିଛି l ତେବେ ୩୧ମାର୍ଚ୍ଚ ସୁଦ୍ଧା କନ୍ଧମାଳ ଜିଲ୍ଲା କୁ ମାଓ ମୁକ୍ତ କରାଯିବା ନେଇ ଲକ୍ଷ ରହିଥିବା ବେଳେ ବର୍ତ୍ତମାନ  ମାଓ ଲିଡର ଶୁକୃ କୁ ଖୋଜୁଛି ପୋଲିସ l କନ୍ଧମାଳ- ରାୟଗଡା-କଳାହାଣ୍ଡି ସୀମାନ୍ତ ରେ ଟପ ମାଓନେତା ଶୁକୃ ଓ ତାର ସହଯୋଗୀ ଲୁଚି ରହିଥିବା ବେଳେ ସୁରକ୍ଷାକର୍ମୀ ଙ୍କ ପକ୍ଷରୁ ବିଭିନ୍ନ ଜଙ୍ଗଲ ରେ କମ୍ବିଙ୍ଗ ଅପେରସନ କୁ କଡାକଡି କରାଯାଉଥିବା ଜଣାପଡିଛି l
Leave A Reply