ବାଲିଗୁଡା, ତା ୧୯/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ହାଇସ୍କୁଲ ଖେଳ ପଡିଆରେ ପାଳିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ଖଣ୍ଡ କାର୍ଯ୍ୟବାହ ପଣ୍ଡିତ କୁମାର ବିଶିମାଝି ଯୋଗ ଦେଇ ରାଷ୍ଟ୍ରୀୟ ନବବର୍ଷ ପାଳନ ଉପରେ ଗୁରୁତ୍ଵ ଦେବା ସହିତ ବିସ୍ତୃତ ଭାବେ ଆଲୋଚନା କରି ଆମର ଐତିହ୍ୟ ,ଭାରତୀୟ ସଂସ୍କୃତି, ପରମ୍ପରା ବିଷୟରେ ବକ୍ତବ୍ୟ ରଖିଥିଲେ। ଏଥିରେ ଜିଲ୍ଲା ସହ ସଂଘ ଚାଳକ କୁବେର କହଁର, ପ୍ରାର୍ଥନା ପ୍ରମୁଖ ଶିବରାମ ବେବର୍ତ୍ତା , ମୂଖ୍ୟ ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ, ଜିଲ୍ଲା ପ୍ରମୁଖ ଜୟ ବାନ ପ୍ରଧାନ ପରିଚାଳନା କରିଥିଲା ବେଳେ ବରିଷ୍ଠ କର୍ମକର୍ତ୍ତା ଅପୂର୍ବ କୁମାର ରାଉତ,ତାପସ କୁମାର ପଟ୍ଟନାୟକ, ଶରତ କୁମାର ବିଶି ମାଝୀ,ବିଜୟ କୁମାର ସାହୁ, କାର୍ତ୍ତିକ ପ୍ରଧାନଙ୍କ ସମେତ ଶତାଧିକ ସ୍ବୟଂ ସେବକ ଅଂଶ ଗ୍ରହଣ କରିଥିଲେ।