Odisha news

ଛତିଶଗଡ ଓ ମଧ୍ୟପ୍ରଦେଶ କୁ ଗଞ୍ଜେଇ ଚାଲାଣ ବେଳେ ୫୫ ପେକେଟ ଗଞ୍ଜେଇ ସହ ଦୁଇ ଗିରଫ : ୧୦୦ରୁ ଉର୍ଦ୍ଧ ଜଣଙ୍କ ନାମରେ ମାମଲା ରୁଜୁ 

0
ବାଲିଗୁଡା, ତା, ୦୯/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ଏସଆଇ ଅମରେନ୍ଦ୍ର ସୁବୁଦ୍ଧି ଓ କର୍ମଚାରୀ ମାନଙ୍କ ସହିତ ବାରଖମା ଏବଂ ସଲାଗୁଡ଼ା ପଞ୍ଚାୟତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ପଞ୍ଚାୟତ ର ପୁଇସାରୁ ଏବଂ କୁଡକେଲିକିଆ ଗ୍ରାମର କିଛି ଗ୍ରାମବାସୀ ପୁଇସାରୁ ଗ୍ରାମର ଏକ ଜଙ୍ଗଲ ଅଞ୍ଚଳରେ ବିପୁଳ ପରିମାଣର ଗଞ୍ଜେଇ ରଖିଥିବା ଏବଂ ସେମାନେ ସେହି ଗଞ୍ଜେଇକୁ ଛତିଶଗଡ ଏବଂ ମଧ୍ୟପ୍ରଦେଶ ଅଞ୍ଚଳ ଭଳି ବିଭିନ୍ନ ରାଜ୍ୟକୁ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଘଟଣା ସ୍ଥଳରେ ପୋଲିସ ଦଳ ପହଞ୍ଚି ଅଚାନକ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁଇସାରୁ ଗାଁର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ଏକ ପାହାଡ଼ୀ ସ୍ଥାନରେ କିଛି  ବ୍ୟକ୍ତି ପଥୁରିଆ ପାହାଡ଼ ଉପରେ ବସି ଗଞ୍ଜେଇ ବ୍ୟାଗ ସହିତ କିଛି ଆଲୋଚନା କରୁଥିବାର ପୋଲିସ ଦଳ ଦେଖିବା ପରେ ସେମାନଙ୍କ ପାଖକୁ ଯିବା ମାତ୍ରେ ସେମାନେ ମୁଣ୍ଡ ଏବଂ କାନ୍ଧରେ କିଛି ବ୍ୟାଗ ଧରି ପଳାଇବାକୁ ଉଦ୍ୟମ କରିଥିଲେ l  କିନ୍ତୁ ପୋଲିସ କର୍ମଚାରୀ ମାନେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ କିଛି ଗଞ୍ଜେଇ ମାଫିଆ ଘଟଣା ସ୍ଥଳରୁ ଖସି ପଳାଇଥିଲେ । ପୋଲିସ ହାତରେ ଧରାପଡ଼ିଥିବା ଦୁହେଁ ବାଲିଗୁଡା ଥାନା ସଲାଗୁଡା ପଞ୍ଚାୟତ କୁଡକେଲିକିଆ ଗ୍ରାମର କୁନ୍ତଧର ଦିଗାଳ ଓ ଅଶୋକ ମଲ୍ଲିକ ବୋଲି ପୋଲିସ ପ୍ରକାଶ  କରିଛି l ସେମାନେ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି ଯେ, ସେମାନେ ପୁଇସାରୁ ଏବଂ କୁଡକେଲିକିଆ ଗ୍ରାମରୁ ଅଧିକ ମୂଲ୍ୟରେ ଗଞ୍ଜେଇ ସଂଗ୍ରହ କରି ପରିବହନ ଏବଂ ବିକ୍ରୟ କରୁଥିଲେ ଏବଂ ଅଧିକ ଆର୍ଥିକ ଲାଭ ପାଇଁ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଭଳି ବିଭିନ୍ନ ରାଜ୍ୟକୁ ଚୋରା ଗଞ୍ଜେଇ ବିକ୍ରୟ କରିବାକୁ ଯୋଜନା କରୁଥିଲେ। ଉକ୍ତ ଜଙ୍ଗଲ ଅଞ୍ଚଳକୁ ପୋଲିସ  ବ୍ୟାପକ ଖାନ ତଲାସ ପରେ, ୫୫ଟି ବସ୍ତାରେ ୧୦୦୬ କେଜି ଚୋରା ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, ଯେତେବେଳେ ପୋଲିସ୍ ଟିମ୍ ଉକ୍ତ ଜଙ୍ଗଲ ଅଞ୍ଚଳରେ ଖାନ ତଲାସି ଆରମ୍ଭ କଲା, ସେତେବେଳେ ହଠାତ୍ ପୁଇସାରୁ ଗାଁ ସମେତ ଆଖ ପାଖ କୁଡେକେଲିକିଆ, ମେଲସିକିଆ, ଡାକା ଏବଂ ଦାମପଙ୍ଗା ଗାଁର କେମ୍ବରୁ ମଲ୍ଲିକ, ଦଣ୍ଡି ମଲ୍ଲିକ, ଅନନ୍ତ ଦିଗାଳ, ପ୍ରଦୀପ ଦିଗାଳ , ହେମନ୍ତ ଦିଗାଳ, ଦିଲୀପ ଦିଗାଳ, ସେମା ଦିଗାଳ , ଯାଦବ ଦିଗାଳ ଙ୍କ ସମେତ ପ୍ରାୟ ୧୦୦ ରୁ ୧୫୦ ଜଣ ଲୋକ ମାନେ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ନେବା ପାଇଁ  ଚେଷ୍ଟା କରିବା ସହ  ପୋଲିସ ଉପରେ ଆକ୍ରମଣ କରିବାକୁ ମଧ୍ୟ  ଚେଷ୍ଟା କରିଥିଲେ। ଖବର ପାଇ ଘଟଣା ସ୍ଥଳରେ  ଅଧିକ ସଂଖ୍ୟକ ପୋଲିସ ଟିମ ପହଞ୍ଚିବାରୁ ଗ୍ରାମବାସୀ ମାନେ ଘଟଣା ସ୍ଥଳରୁ ପଳାଇଥିଲେ। ଏ ନେଇ ଉକ୍ତ ଗିରଫ ଦୁଇ ଜଣଙ୍କ ନାମରେ ବାଲିଗୁଡ଼ା ପୋଲିସ  କେସ୍ ନଂ.୬୫/୨୬ ପ୍ରକାରେ ୟୁ/ଏସ. ୧୯୧(୨)/୧୯୧(୩)/୧୨୧(୧)/୧୩୨/୧୦୯/୧୯୦ ବି ଏନ ଏସ /୨୫/୨୭ ଅସ୍ତ୍ରଶସ୍ତ୍ର ଆଇନ/୨୦(ଖ)(ii)(ଗ) ଏନଡିପିଏସ୍ ଆଇନ ବଳରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣା ରେ ଅନ୍ୟ କେଉଁ ମାନେ ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ରଖା ଯାଇଥିବା ବିଷୟ ସ୍ଥାନୀୟ ଏସ ଡି ପି ଓ ଶୁଭମ ଭୋସଲେ ପ୍ରକାଶ କରିଛନ୍ତି l
Leave A Reply