Odisha news

ଦୁର୍ଗମ ଅଞ୍ଚଳ ବୁଲିଲେ ପୂର୍ବତନ ବିଧାୟକ : ଶୁଣିଲେ କୁଟିଆ କନ୍ଧଙ୍କ ଗୁହାରୀ

0
ବାଲିଗୁଡା :  ବିଳମ୍ବରେ ହେଲେ ବି ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା କରେନ୍ଦ୍ର ମାଝି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ତୁମୁଡିବନ୍ଧ ବ୍ଲକ ର ଦୁର୍ଗମ ଦେଶୁଘାଟି ଗାଁକୁ ଯାଇ କୁଟିଆ କନ୍ଧମାନଙ୍କ ସମସ୍ୟା ସଂପର୍କରେଆଲୋଚନା କରିଥିଲେ ।
ଏହି ଅଞ୍ଚଳରେ ଆଦିମ ଜନଜାତି ସଂପୂର୍ଣ୍ଣ କୁଟିଆ କନ୍ଧମାନେ ବସବାସ କରୁଛନ୍ତି। ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ମଧ୍ୟ ଜଣେ କୁଟିଆ କନ୍ଧ ସଂପ୍ରଦାୟର ହୋଇଥିବାରୁ ସେ କୁଟିଆ ମାନଙ୍କ ମନରକଥା ଠିକ ଭାବେ ବୁଝିପାରୁଥିବାବେଳେ ସେମାନେ ମଧ୍ୟ ସେମାନଙ୍କର ମନର କଥା ଓ ଅଭାବ ଅସୁବିଧାକୁ ତାଙ୍କର ପ୍ରିୟ ନେତା କରେନ୍ଦ୍ରମାଝିଙ୍କୁ ଖୋଲାଖୋଲି ଭାବେକହିଥିଲେ ଓ ପୂର୍ବତନ ବିଧାୟକମାଝି ମଧ୍ୟ ସେମାନଙ୍କର ସବୁକଥା ସହଜରେ ବୁଝିପାରିଥିଲେ ।।
କେବଳ ଦେଶୁଘାଟି ଗୋଟିଏ ଗ୍ରାମ ନୁହେଁ ଗୁମ୍ମା , ବେଲଘର, ଝିରିପାଣି, ବିଲାମାଳ, ଭଣ୍ଡରଙ୍ଗି ଆଦି ଅନେକ ଗ୍ରାମ।ଞ୍ଚଳ ଗସ୍ତ କରି କୁଟିଆ କନ୍ଧମାନଙ୍କ ସମସ୍ୟା ପଚାରି ବୁଝିଥିଲେ ଆଉ କୁଟିଆ ମାନେ ମଧ୍ଯ ସେମାନଙ୍କ ସମସ୍ୟା ସବୁ ପୂର୍ବତନ ବିଧାୟକ ମାଝିଙ୍କୁ କହିଥିଲେ । ବିଶେଷକରି ଗମନାଗମନ, ପାନୀୟ ଜଳ, ସମସ୍ୟା, ଜଳସେଚନ ବ୍ୟବସ୍ଥା, ବିଦ୍ୟୁତ ଆଲୋକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇତ୍ୟାଦିର ସୁବିଧାସୁଯୋଗରୁ ସେମାନେ ବଞ୍ଚିତ ହେଉଥିବା ବିଷୟ କହିଥିଲେ ।
ପୂର୍ବତନ ବିଧାୟକ ମାଝି ସେମାନଙ୍କ ସମସ୍ୟା ସଂପର୍କରେ ସରକାର ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଯଥା ଶିଘ୍ର ସମସ୍ୟା ସମାଧାନ କରିବା ଦିଗରେ ଦୃଷ୍ଟିଦେବେ ବୋଲି କହିଛନ୍ତି । ବର୍ତମାନର ବିଧାୟକ କୁଆଡେ ଭୋଟ ପାଇ ଜିତିବା ପରେ ଆଉ ସେମାନଙ୍କ ଗ୍ରାମକୁ ଆସୁନ ଥିବା କିମ୍ଵା ସମସ୍ୟା କଥା ମଧ୍ୟ ବୁଝୁନଥିବା ଗ୍ରାମ ବାସୀ ଅଭିଯୋଗ କରିଥିବାବେଳେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ତାଙ୍କ ଗ୍ରାମକୁ ଆସି ସମସ୍ୟା କଥା ବୁଝିଥିବାରୁ ଗ୍ରାମବାସୀ ଖୁସି ବ୍ୟକ୍ତ କରିବାସହ ଧନ୍ୟବାଦ ଦେଇଥିଲେ।.
Nalco
Leave A Reply