ବାଲିଗୁଡା, ତା, ୨୯/୦୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କଂଗ୍ରେସ ଦଳ ପକ୍ଷରୁ ମନରେଗା ଯୋଜନାର ନାମ ପରିବର୍ତ୍ତନ କୁ ନେଇ ଗଣ ବିକ୍ଷୋଭ ସହ ଧାରଣା ଦେଇଥିବା ଜଣାପଡିଛି l ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ଡାକ ବଙ୍ଗଳା ପରିସରରୁ ବାହାରି ତିନିଛକ ପର୍ଯ୍ୟନ୍ତ ପଦଯାତ୍ରା କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଗଣବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ l ଦାରିଙ୍ଗବାଡି ବ୍ଲକ୍ କଂଗ୍ରେସ୍ କମିଟି ପକ୍ଷରୁ ଭାରତ ସ୍ଵାଧୀନତା ପରଠାରୁ କଂଗ୍ରେସ ସରକାର ଯେଉଁ ଯୋଜନା ଗୁଡ଼ିକ କରିଥିଲେ, ସେହି ଯୋଜନା ଗୁଡିକ ର ନାମ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳୁଛି ଯାହାକି ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ର ନାମ ପରିବର୍ତ୍ତନ କରିଥିବା ଏବଂ ସ୍ମାର୍ଟ୍ ମିଟର ଲଗାଇ ଗରିବ ଲୋକଙ୍କୁ ଲୁଟୁଥିବା ପ୍ରତିବାଦରେ ମୂଖ୍ୟମନ୍ତ୍ରୀ ଓ ପ୍ରଧାମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରିତିରଞ୍ଜନ ରଥ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି I ଏହି ଗଣବିକ୍ଷୋଭ ଧାରଣାରେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ,କନ୍ଧମାଳ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡ଼ା,ଦାରିଙ୍ଗବାଡି ବ୍ଲକ୍ କଂଗ୍ରେସ୍ ସଭାପତି ଜିରୀମୀୟ ପ୍ରଧାନ ଙ୍କ ସମେତ ଦାରିଙ୍ଗବାଡି ବ୍ଲକ୍ ରେ ଥିବା ପଚିଶ୍ ଗୋଟି ପଞ୍ଚାୟତର କଂଗ୍ରେସ ଦଳ କର୍ମକର୍ତ୍ତା ଉପସ୍ଥିତ ଥିଲେ I