Odisha news

ବାରଖମା ପଞ୍ଚାୟତ କୁ ବ୍ଲକ ଦାବୀ ଜୋର ଧରିଲା : ଆଠ ଟି ପଞ୍ଚାୟତର ଲୋକ ମେଳି ବାନ୍ଧିଲେ

0
ବାଲିଗୁଡା ,୧୦/୦୧ : (ସଞ୍ଜୟ କୁମାର ପାଣିଗ୍ରାହୀ):  ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ବ୍ଳଜ ଗଠନ ପାଇଁ ଅନେକ ବର୍ଷରୁ ଦାବି ହୋଇ ଆସୁଥିଲା କିନ୍ତୁ ରାଜ୍ୟ ସରକାର ଏଥି ପ୍ରତି କୌଣସି ଆଲୋଚନା କରିନଥିଲେ । କିଛି ଦିନ ତଳେ ରାଜ୍ୟରେ ନୂତନ ବ୍ଳକ ଗଠନ ପ୍ରକ୍ରିୟା ଆରମ୍ଭ ପାଇଁ ସରକାରଙ୍କ ଘୋଷଣା ପରେ ବିଭିନ୍ନ ଅଞ୍ଚଳରେ ଏହାକୁ ନେଇ ଉତ୍ସାହ ଦେଖାଦେଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ବାରଖମା ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ ଅଧୀନରେ ରହିଥିବା ୮ ଟି ପଞ୍ଚାୟତର ଜନସାଧାରଣ କୁ ନେଇ ଗଠିତ ବ୍ଲକ ସଂଗ୍ରାମ ମଞ୍ଚ, ବାରଖମା ନୂତନ ବ୍ଳକ ଗଠନ ପାଇଁ ଦାବି କରି ଆସୁଛନ୍ତି। ଏନେଇ ଶୁକ୍ରବାର ସୁଡ୍ରା ପଞ୍ଚାୟତର ଡାବୁଡ଼ୁକା ଛକ ଠାରେ ଏକ ଆଲୋଚନା ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ସଂଗ୍ରାମ ମଞ୍ଚ ବାରଖମା ଆନୁକୂଲ୍ୟରେ ବ୍ଲକ ମାନ୍ୟତା ଦାବିରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଅଯାଇଛି। ପୂର୍ବରୁ ୨୦୨୪ ମସିହା ଫେବୃୟାରୀ ମାସରେ ୮ ଟି ପଞ୍ଚାୟତର ଶହ ଶହ ଲୋକ ଆସି ଏକ ବିରାଟ ଶୋଭାଯାତ୍ରା କରି ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । କିନ୍ତୁ କିଛି ସୁଫଳ ପାଇନଥିଲେ । ବ୍ଲକ ସଂଗ୍ରାମ ମଞ୍ଚ ବାରଖମା ସଭାପତି ଜୟ ଚନ୍ଦ୍ର ନାୟକ ଓ ସମ୍ପାଦକ ବିରେନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯାଇଛି। ଆସନ୍ତା ୧୭ ତାରିଖରେ ବାରଖମା ଜୋନ ରେ ନୂତନ ବ୍ଲକ ଗଠନ ଦାବିରେ ବାଲିଗୁଡା ଠାରେ ପୁଣି ଏକ ବଡ ଧରଣର ଶୋଭାଯାତ୍ରା କରାଯାଇ ମୁଖ୍ୟମନ୍ତ୍ରୀ ଙ୍କୁ ନୂତନ ବ୍ଲକ ଗଠନ ପାଇଁ ଦାବୀ ଜଣାଯିବ ବୋଲି ମଞ୍ଚ ପକ୍ଷରୁ ବ୍ଲକ ଗଠନ ଦାବିରେ ଜନସମାଗମ କରିବା ପାଇଁ ନିଷ୍ପରି ନିଆଯାଇଛି। ସୂଚନାଯୋଗ୍ୟ, ବାଲିଗୁଡା ବ୍ଲକର ୧୫ ନଂ. ଜିଲ୍ଲା ପରିଷଦ ଜୋନ ରେ ରହିଥିବା ବାରଖମା, ସୁଡ୍ରା, ରେବିଙ୍ଗିଆ ,ସଲାଗୁଡା, ଲଣ୍ଡାଗାଁ, ଖମଣଖୋଲ, କୁଟିକିଆ ଓ ସିନ୍ଦ୍ରିଗାଁ ଏହି ୮ଟି  ପଞ୍ଚାୟତକୁ ନେଇ ନୂତନ ବ୍ଳକ ଗଠନ ପାଇଁ ଦାବି ହେଉଛି। ଜନଗଣନା ଅନୁଯାୟୀ ଏହି ୮ଟି ପଞ୍ଚାୟତର ଜନସଂଖ୍ୟା ୫୦ ହଜାର ରୁ ଉର୍ଦ୍ଧ ହେବ ବୋଲି  ଅନୁମାନ କରାଯାଉଛି । ଏଥି ମଧ୍ୟରୁ କିଛି ପଞ୍ଚାୟତ ବ୍ଲକ ସଦର ମହକୁମା କୁ ୪୦ କିଲୋମିଟର ହେଉଛି । ଆୟତନ ଏବଂ ଜନସଂଖ୍ୟା ଦୃଷ୍ଟିରୁ ବାଲିଗୁଡା ବ୍ଲକ ବୃହତର ହୋଇଥିବା ହେତୁ ରୁ କ୍ଷମତା ବିକେନ୍ଦ୍ରୀକରଣ ନିତାନ୍ତ ଆବଶ୍ୟକ ଅଟେ । କ୍ଷମତା ବିକେନ୍ଦ୍ରୀକରଣ ନହେବା ଯୋଗୁଁ ସରକାରୀ ଜନ ମଙ୍ଗଳକାରୀ ଯୋଜନା ଗୁଡ଼ିକ ପ୍ରତ୍ୟେକ ଅଞ୍ଚଳକୁ ପହଞ୍ଚିବାରେ ବାଧାପ୍ରାପ୍ତ ହେଉଅଛି । ଯାହାର କୁପ୍ରଭାବ ଭାବ ଶିକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟସେବା, କୃଷି, ଜଳ, ପରିମଳ ଓ ଶିଶୁ ବିକାଶ ଉପରେ ପକାଉଛି । ଏହି ବୈଠକ ରେ ବ୍ଲକ ସଂଗ୍ରାମ ମଞ୍ଚ ବାରଖମା ର ଉପସଭାପତି ବିଜେଶ୍ଵର ମଲ୍ଲିକ ,ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଦେବେନ୍ଦ୍ର କହଁର ,ରେବିଙ୍ଗିଆ ସରପଞ୍ଚ ରଞ୍ଜୁଳତା ମଲ୍ଲିକ ,ସମିତିସଭ୍ୟ ସୁଗ୍ରୀବ ମଲ୍ଲିକ ,ବାରଖମା ସରପଞ୍ଚ କୁମୁଦିନି ମଲ୍ଲିକ ,ଦିପୁନ ମଲ୍ଲିକ ,ସଲାଗୁଡା ସରପଞ୍ଚ ସରିତା ମଲ୍ଲିକ , ପୁରୁଷୋତ୍ତମ ବେହେରା ,ଉମାଚରଣ ଦିଗାଳ, ଲକ୍ଷ୍ମୀ ନାରାୟଣ ଦଣ୍ଡିଆ ,ହେରଦ ନାୟକ ,ଆଇବର ନାୟକ ,ରାଜେନ୍ଦ୍ର ବେହେରା ,ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ନୂତନ ବ୍ଲକ ଦାବୀ କୁ ଶାଣିତ କରିବା ପାଇଁ ଋଣ ହୁଙ୍କାର ଦେଇଥିଲେ ।

Leave A Reply