Odisha news

ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧ‌ିକ ଟଙ୍କା ସହ ମୋବାଇଲ ଚୋରି

0
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କୁଡୁତୁଲି ଛକ ଠାରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରୁ ଗତ ରାତିରେ ଲକ୍ଷାଧ‌ିକ ନଗଦ ଟଙ୍କା ସହିତ ମୋବାଇଲ ଚୋରି ହୋଇ ଥ‌ିବା ଜଣାପଡିଛି। କୁଡୁତୁଲି ଜମାପଦରର ପର୍ଶୁରାମ ମଲ୍ଲିକ ଉକ୍ତ ଛକରେ ପବିତ୍ର ଇଣ୍ଟରନେଟ ନାମରେ ଏକ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି । ସବୁ ଦିନ ପରି ଗତ ରାତ୍ରରେ ମଧ୍ୟ  ଚାବି ପକାଇ ଯାଇଥିଲେ । କିନ୍ତୁ ସକାଳୁ ଦୋକାନ ଖୋଲି ଆସି ଦେଖିଲା ବେଳକୁ ଗେଡାଗୁଡିକ କଟରରେ କାଟି ଡ୍ରରେ ଥ‌ିବା ଟଙ୍କା ଓ ମୋବାଇଲ ଚୋରି ହୋଇ ଯାଇଛି । ଏହାସହ ଆଖପାଖ ଦୋକାନରୁ ମଧ୍ଯ ଚୋରମାନେ ଚୋରି କରିବା ପାଇଁ ଚେଷ୍ଟା କରିଥ‌ିବା ଦେଖିବାକୁ ମିଳିଛି।ଏନେଇ କ.ନୂଆଗାଁ ଥାନାରେ ଲିଖତ ଅଭିଯୋଗ ହେବାପରେ ଥାନା କେସ ନଂ ୧୧୩/୨୩ରେ ଏକ ମାମଲା ଋଜୁ କରି ଥାନା ଅଧିକାରୀ କୁମର ମୁଦୁଲିଙ୍କ ସହ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଫୁଲବାଣୀରୁ ସାଇଣ୍ଟଫିକ ଟିମ ଆସି ଫିଙ୍ଗର ପ୍ରିଣ୍ଟ ନେଇ ତଦନ୍ତ କୁ ଆହୁରି ତ୍ୱରାନ୍ୱିତ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି l
Nalco
Leave A Reply