ବାଳିଆପାଳ : ସୂବର୍ଣ୍ଣରେଖା ନଦୀରେ ଆସୁଛି ବଡବନ୍ୟା । ରାଜଘାଟ ଠାରେ ଏହି ନଦୀର ସର୍ତକ ସୂଚନା ୯.୩୬ ମିଟର ରହିଥିବା ବେଳେ ବିପଦ ସଙ୍କେତ ୧୦.୩୬ ମିଟର ରହିଛି । ସଂନ୍ଧ୍ୟା ୬ଟା ସୁଦ୍ଧା ସର୍ତକ ସୂଚନା ୯.୪୫ ମିଟର ଅତିକ୍ରମ କରି ବନ୍ୟା ପାଣି ୯.୬୦ ମିଟରରେ ପ୍ରଭାହିତ ହେଉଛି । ଗତ କିଛି ଦିନ ଧରି ଉପର ମୁଣ୍ଡରେ ପ୍ରବଳ ବର୍ଷା ଓ ଆଜି ସକାଳେ ଝାଡଖଣ୍ଡର ଗାଲୁଡିହ ଡ୍ୟାମ ୨.୫ ଲକ୍ଷ କ୍ୟୁସେକ ପାଣି ଛାଡିଥିବାରୁ ଶୁକ୍ରବାର ସକାଳ ସୁଦ୍ଧା ରାଜଘାଟ ଠାରେ ବନ୍ୟା ଜଳ ୧୨ ମିଟର ଛୁଇଁବ ବୋଲି ଜଳସେଚନ ବିଭାଗ ସୂଚନା ପ୍ରଦାନ କରିଛି । ଏହାର ପ୍ରଭାବରେ ନଦୀର ତଳ ମୁଣ୍ଡରେ ଥିବା ବାଲିଆøପାଳ ବ୍ଲକର କୁମ୍ଭାରୀ, ନିଖିରା, ଶ୍ରୀରାମପୁର, ଦେଭୋଗ, ଘଂଟୁଆ, ଅସ୍ତି, ବାଲିଆପାଳ, ବିଷ୍ନୁପୁର, ମଧୁପୁରା, ଜାମକୁଣ୍ଡା ପ୍ରଭୃତି ପଂଚାୟତର ୪୦ରୁ ଉଦ୍ଧ୍ୱର୍ ଗ୍ରାମ ପାଣି ଘେରରେ ରହିବ ।
ବିଶେଷ କରି ନିଖିରା ପଂଚାୟତର ଚଡପାଳପଡା, ପାଳବେଗୁନିଆ, ଘଂଟୁଆ ପଂଚାୟତର ତଳ ଘଂଟୁଆ, ଅସ୍ତି ପଂଚାୟତର ପାଳଚମ୍ପେଇ, ସୂର୍ଯ୍ୟାପୁର, ଛୋଟକାନପୁର, ଚଡବଢାପାଳ, ବାଲିଆପାଳ ପଂଚାୟତର ଆଠବାଟିଆ, ତଳ ବାଲିଆପାଳ, ସୁଙ୍ଗମୁହଁ, ମନୋନଗର, କୁଦମାନସିଂ ଚଡ, ବିଷ୍ନପୁର ପଂଚାୟତର ରାଉତୁରାପୁର, ରାମନଗର-ରସଲପୁର, ଇକଡପାଳ, ଜାମକୁଣ୍ଡା ପଂଚାୟତର କୁହ୍ଲାଚଡ, ତାଳପଦା, ମଦୁପୁରା ପଂଚାୟତର ଚଡବସ୍ତ କାଳରୁଇ ଚୈାଧୁରିକୁଦ ପ୍ରଭୃତି ଗ୍ରାମ ସମ୍ପୁର୍ଣ୍ଣ ପାଣି ଘେରରେ ରହିବା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ । ଆଜି ସଂନ୍ଧ୍ୟା ସୁଦ୍ଧା ଏହି ସବୁ ଗ୍ରାମ ଗୁଡିକରେ ବନ୍ୟା ପାଣି ପ୍ରବେଶ କରିଛି । ବାଲିଆପାଳ ବିଷ୍ନୁପୁର ରାସ୍ତାର ବାଲିଆପାଳ ତହସିଲ ନିକଟରେ ପ୍ରବଳ ବେଗରେ ବନ୍ୟା ସୋ୍ରତ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ପଂଚୁରୁଖୀ-ଚୈାଧୁରିକୁଦ, ଜାମକୁଣ୍ଡା-ତାଳପଦା, ଜାମକୁଣ୍ଡା-କୁହ୍ଲାଚଡ, ଜାମକୁଣ୍ଡା-ନୟାବାଲି, ପାରୁଳିଆ-ପାଳଚମ୍ପେଇ, କଂଟାବଣୀ-ସୂର୍ଯ୍ୟାପୁର, ପାଳପଡା-ଚଡବଢାପାଳ ପ୍ରଭୃତି ଗା୍ରମ୍ୟ ରାସ୍ତା ଉପରେ ବନ୍ୟା ଜଳ ପ୍ରଭାହିତ ହେଉଛି ।
ଅଧିକ ପାଣି ଆସିବାର ସୂଚନା ମିଳିବା ପରେ ଏହି ସବୁ ଗ୍ରାମରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ତହସିଲଦାର ଦୀପକ କୁମାର ଦାସ କହିଛନ୍ତି । ବନ୍ୟା ପ୍ଳାବୀତ ଅଂଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ଉଚ୍ଚ ସ୍ଥାନକୁ ଚାଲି ଆସିବାକୁ ମାଇକରେ ପ୍ରଚାର କରାଯାଇଛି । ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସହେଯାଗ କରିବା ପାଇଁ ୪ଟି ପାଓାର ବୋଟ ସମେତ ପ୍ରତ୍ୟେକ ପଂଚାୟତରେ ୨/୩ଟି ଦେଶୀ ଡଙ୍ଗା ମହଜୁଦ ରଖାଯାଇଛି । ପାଣି ଘେରରେ ରହୁଥିବା ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ, ପାଣି ପାଉଚ ଓ ଚାଉଳ ପ୍ରଭୃତି ମହଜୁଦ ରଖାଯାଇଛି । ନଦୀ ବନ୍ଧର ଦୁର୍ବଳ ସ୍ଥାନଗୁଡିକ ଯେପରି ଭାଙ୍ଗି ନଯାଏ ସେଥିପାଇଁ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ପ୍ରସ୍ତୁତ କରି ରଖାଯାଇଛି । ବ୍ଲକ ଓ ତହସିଲର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବ୍ଲକ ଓ ତହସିଲରେ ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଥିବା ତହସିଲଦାର ଦୀପକ କୁାର ଦାସ କହିଛନ୍ତି ।