ବାଲେଶ୍ୱର-୧୦/୦୨ଅଟଳ ସ୍ମୃତି କମିଟି ବାଲେଶ୍ୱର ତରଫରୁ ଆଜି ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ଗୋପାଳଗାଁସ୍ଥିତ ପ୍ରଜ୍ଞାଭାରତୀ ସ୍କୁଲ ପଡ଼ିଆରୁ ବାହାରି ସିନେମାଛକ, ଚିଡ଼ିଆପୋଲି, ଫାଣ୍ଡିଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା ବେଳେ ଏହି ଶୋଭାଯାତ୍ରାର ପ୍ରାୟ ୩ହଜାର ଲୋକ ସାମିଲ ହୋଇଥିଲେ । ଅଟଳ ସ୍ମୃତି କମିଟି ବ୍ୟତୀତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଭାରତୀୟ ମଜଦୂର ସଭା, ଜିଲ୍ଲା ଆଶାସଂଘ, ଜିଲ୍ଲା ଉଜ୍ଜାଲା ଦିଦି ସଂଘ, ବିଶ୍ୱହିନ୍ଦୁ ପରିଷଦ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବଜରଂଗ ଦଳ, ଜିଲ୍ଲା ବ୍ରାହ୍ମଣ ସମିତି, ଉଠାଦୋକାନୀ ସଂଘ, ବ୍ୟବସାୟୀ ସଂଘ, ସେ୍ୱଚ୍ଛାସେବୀ ସଂଗଠନ, ବୁଦ୍ଧିଜିବୀଙ୍କ ସମେତ ବିଜେପି ପରିବାର ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ସ୍ମୃତି କମିଟିର ଆବାହକ ବିପିନ ବିହାରୀ ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଦର ବିଧାୟକ ମଦନମୋହନ ଦତ୍ତ, ସ୍ମୃତି କମିଟିର ସଭାପତି ସୁଧାଂଶୁ ଶେଖର ପଣ୍ଡା, କାର୍ଯ୍ୟକାରୀ ସଭାପତି ପର୍ଶୁରାମ ବେହେରା, ଉପସଭାପତି ରବିନାରାୟଣ ବେହେରା, ସଂଜୀବ କୁମାର ସାହୁ, ଯଯାତି ଦାସ, ସୁଜିତ କୁମାର ଦେ, ସାଧାରଣ ସମ୍ପାଦକ ରବିନାରାୟଣ ମହାପାତ୍ରା, ମହେଶ କୁମାର ସିଂଙ୍କ ସମେତ ସୀତାକାନ୍ତ ସ୍ୱାଇଁ ଗୌରଗୋପାଳ ସାହୁ, ପ୍ରଦୀପ କୁମାର ମହାପାତ୍ର,ବୈଲୋଚନ ଦାସ,ରଘୁନାଥ ପାତ୍ର, ପୃଥ୍ୱୀରାଜ ପଣ୍ଡା, ଯଶୋଧାରା ଦାସ, କଲ୍ୟାଣ ରାୟ ମହାଶୟ, ମୃତୁ୍ୟଞ୍ଜୟ ରାୟ ମହାପାତ୍ର, ଗିରୀଶ ଚନ୍ଦ୍ର ଦାଶ, ବିକାଶ ପାଢୀ,ଆଶାଲତା ବାରିକ୍, ସୁକାନ୍ତି ଦେବଗୋସ୍ୱାମୀ,ମିଞ୍ଜ ପାୟନ,ଅମ୍ବିକା ବେହେରା, ସର୍ବେଶ୍ୱର ମହାନ୍ତି, କାଳୀ ମାଝି, ବିଜୟ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଅରୁଣା ତି୍ରପାଠୀଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।