Odisha news

ତଦନ୍ତ ପ୍ରକି୍ରୟାରେ ଜନସାଧାରଣଙ୍କ ଠାରୁ ସାକ୍ଷ୍ୟ ନିଆନଯିବା ରହସ୍ୟାବୃତ୍ତ

0

ବାଲେଶ୍ୱର-୧୦/୦୨ଗତ ତା ୨୯/୧୨/୨୦୧୯ରିଖରେ ବାଲେଶ୍ୱର ସହର ସ୍ଥିତ ଶୋଭାରାମ୍‍ପୁର ଠାରେ ରେଳଲାଇନ୍‍ ଉପରେ ଓଭରବି୍ରଜ୍‍ ନିର୍ମାଣ କାମ ଚାଲିଥିବା ବେଳେ ୧୨୦ଫୁଟ୍‍ ଲମ୍ବ ଏବଂ ୪୦ଟନ୍‍ ଓଜନର ଏକ ଲୌହଗାର୍ଡ଼ାର (ବିମ୍‍) ଖସିପଡ଼ିଥିଲା । ଫଳରେ ସେହିଦିନ ପୂର୍ବାହ୍ନ ପ୍ରାୟ ୧୧ଘଣ୍ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟାଧରି ରେଳ ଚଳାଚଳ ବନ୍ଦ ରହିବା ଯୋଗୁଁ ରେଳବାଇକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା ରେଳବାଇର ବରିଷ୍ଠ ଅଧିକାରୀ(ଡିଟିଆଇ ଶ୍ରୀଯୁକ୍ତ ଖୁଣ୍ଟିଆ) ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ କ୍ରେନ୍‍ ବାଜି ଗାର୍ଡାରଟି ଖସିପଡ଼ିଥିଲା । ଫଳରେ ତଳେଥିବା ବିଦୁ୍ୟତ୍‍ ତାର ଗୁଡ଼ିକ ଛିଣ୍ଡି ଯିବାରୁ ରେଳଚଳାଚଳ ବାଧାପ୍ରାପ୍ତ ହୋଇଛି । ଏବାବଦରେ ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେସମୟରେ ଶ୍ରୀ ଖୁଣ୍ଟିଆ କହିଥିଲେ । ଏହା ମଧ୍ୟରେ ଏହି ଦୁର୍ଘଟଣା ସମ୍ପର୍କରେ ରେଳବାଇ ପକ୍ଷରୁ ବିଭାଗୀୟ ତଦନ୍ତ ସରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ତଦନ୍ତ ପ୍ରକି୍ରୟାକୁ ଅତ୍ୟନ୍ତ ଗୋପନୀୟ ଭାବରେ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଭଳି ଘଟଣା ଦୁର୍ଘଟଣାରେ ଜନସାଧାରଣଙ୍କ ଠାରୁ ସାକ୍ଷ୍ୟଗ୍ରହଣର ନିୟମଥିବାବେଳେ ଏତେବଡ଼ ଦୁର୍ଘଟଣା ଘଟିଥିବା ବେଳେ ଏବାବଦରେ ସେଠାରେ ଉପସ୍ଥିତ ଥିବା କୌଣସି ସାଧାରଣ ଜନତାଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାନଯିବା ତଦନ୍ତର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଠାରେ ସୂଚନା ଯୋଗ୍ୟ ରେଳବାଇର ଏଗି୍ରମେଣ୍ଟ ନମ୍ବର ଏସ୍‍ଇଆର/ସିଓଏନ୍‍-ଓଆର୍‍ଜିଏନ୍‍/ଏଚ୍‍କୁ୍ୟ/ସିଇ-ଏଚ୍‍କୁ୍ୟ/ଜିଆର୍‍ସି/ଡିସିଇ-କେଜିପି/୦୨/୨୦୧୮ ମୂଳେ ଏହି ନିର୍ମାଣ କାର୍ଯ୍ୟଟିକୁ ରେଳବାଇର ଠିକାଦାର ଲାଖ ସତ୍ୟେନ୍ଦ୍ର ଏବଂ ଏସ୍‍ପି ମଲ୍ଲିକ (ଜେଭି) ଠିକା ନେଇଥିଲେ । ଦୁର୍ଘଟଣାରେ ଗୋଟିଏ ଗାର୍ଡାର ଖସିପଡ଼ିଥିବା ବେଳେ ଅନ୍ୟ ଗାର୍ଡାର ଗୁଡ଼ିକ ବେଣ୍ଡ ହୋଇ ଲକ୍ଷଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିଲା । ଏହି ନିର୍ମାଣ କାର୍ଯ୍ୟ ସମୟରେ ଡିଆର୍‍ଏମ୍‍,ଗିରିଶ କୁମାର(କୋର୍ଡିନେସନ ଇଞ୍ଜିନିୟରିଂ ) ଏବଂ ରେଳବାଇର ବହୁ ବରିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ତରବରିଆରେ ସରିଥିବା ତଦନ୍ତରେ ବ୍ୟାପକ ଅନିୟମିତତା ହୋଇଥିବା ଚର୍ଚ୍ଚା ହେଉଛି । ଠିକାଦାରଙ୍କୁ ବଞ୍ଚାଇବା ପାଇଁ କେତେକ ରେଳବାଇ ଅଧିକାରୀଙ୍କୁ ବଳି ପକାଇବାକୁ ଉଦ୍ୟମ ହେଉଥିବା ଜଣାପଡ଼ିଛି । ରେଳବାଇର ଝିଣ୍ଟିକା ମାରି ବଣି ପୋଷିବା ନୀତି ଯୋଗୁଁ ପ୍ରକୃତରେ ଦୋଷୀ ଖସିଯାଉଥିବା ଉପଲବ୍‍ଧି ହେଉଛି । ଏହିଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତ ସିନିୟର ଏଡ୍‍ମିନଷ୍ଟ୍ରେଟିଭ୍‍ ଗ୍ରେଡ୍‍ (ଏସ୍‍ଏଜି) ଦ୍ୱାରା କରାଇଲେ ପ୍ରକୃତରେ ଭୁଲ୍‍ ତ୍ରୁଟି କେଉଁଠି ତାହା ସ୍ପଷ୍ଟ ହୋଇପାରନ୍ତା । ତୁରନ୍ତ ଜିଏମ୍‍ ମହାଶୟ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply