Odisha news

ବାଲେଶ୍ୱର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକଙ୍କ କୌଣସି ପତ୍ତା ମିଳୁନାହିଁ।

0

ବାଲେଶ୍ୱର: ଜୁନ୍‌ ୧ରୁ ବାଲେଶ୍ୱର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକଙ୍କ କୌଣସି ପତ୍ତା ମିଳୁନାହିଁ। ତାଙ୍କୁ ଫୋନ୍ କଲେ ମଧ୍ୟ ସେ ଫୋନ୍‌ ଉଠାଉ ନାହାନ୍ତି। ଏପରିକି ଅନେକ ସମୟରେ ତାଙ୍କର ଫୋନ୍‌‌ ସ୍ୱିଚ୍‌ ଅଫ୍‌ ଆସୁଛି। ଏ ନେଇ ବାଲେଶ୍ୱର ଏସ୍‌ପି ସୂଚନା ଦେଇଛନ୍ତି।

ଗତ ୧ ତାରିଖରେ ଏକ ଜମିଜମା ବିବାଦର ସମାଧନ ପାଇଁ ବାଲେଶ୍ୱର ଟାଉନ ଥାନା ସବ୍‌ ଇନ୍ସପେକ୍ଟର ବିମଳ କର ଜଣେ ଦଲାଲଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏହି ଘଟଣାରେ ଉଭୟ ଗିରଫ ହୋଇ ଜେଲ୍‌ ଯାଇଛନ୍ତି।

ସେବେଠୁ ଆଇଆଇସି ସରୋଜିନୀ ନାୟକଙ୍କୁ ଭିଜିଲାନ୍ସ ଅଧିକାରୀ ଯୋଗାଯୋଗ କରିବା ସତ୍ତ୍ୱେ ତାଙ୍କର ପତ୍ତା ମିଳୁନି କିମ୍ବା ସେ ତଦନ୍ତରେ ସହଯୋଗ କରୁ ନାହାନ୍ତି। ତାଙ୍କୁ ବାଲେଶ୍ୱର ଏସ୍‌.ପିଙ୍କ  ମାଧ୍ୟମରେ ନୋଟିସ୍ କରାଯିବ ବୋଲି ଭିଜିଲାନ୍ସ ଏସ୍‌.ପି କହିଛନ୍ତି।

ସେ ଛୁଟିରେ ଯାଇଛନ୍ତି ନା ତାଙ୍କ ଦେହ ଖରାପ ଅଛି ଏନେଇ ବାଲେଶ୍ୱର ଏସ୍‌.ପି.ଙ୍କୁ  ପଚାରିବାରୁ ତାଙ୍କ ପାଖରେ ସରୋଜିନୀଙ୍କ ଛୁଟି ନେଇ  ସଠିକ୍‌ ତଥ୍ୟ ନ ଥିବା କହିଛନ୍ତି। ଏନେଇ ସେ ରିପୋର୍ଟ ମାଗିଥିବା ବାଲେଶ୍ୱର ଏସ୍‌ପି କହିଛନ୍ତି।

Nalco
Leave A Reply