Odisha news

ତିନି ଠାକୁରଙ୍କ ରଥରେ ଆଜି ଅଧରପଣା ନୀତି ଶେଷହେଲା

0

ନୂଆଦିଲ୍ଲୀ: ସରିଲା ଶ୍ରୀଜୀଉଙ୍କ ଅଧରପଣା ନୀତି। ରଥାରୁଢ଼ ତିନି ଠାକୁରଙ୍କ ତିନି ରଥରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଓଠ ଉଚ୍ଚର ୩ଟି ଲେଖାଏଁ ୯ଟି ମାଟି ପାତ୍ରରେ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା।

ପରମ୍ପରା ଅନୁସାରେ କ୍ଷୀର, ସର, ଛେନା, କଦଳୀ ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ଏହି ଦିବ୍ୟ ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। ଏହି ଦିବ୍ୟ ପଣା ଲାଗି ସମସ୍ତ ସାମଗ୍ରୀ ଓଡ଼ିଆ ମଠ, ରାଘବ ଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି।

ରଥରେ ଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡି-ଚାମଣ୍ଡାଙ୍କ ଉଦ୍ଦେଶ୍ୟର ଅର୍ପଣ କରାଯାଉଥିବାରୁ ଏମାନେ ଏହି ବିଦ୍ୟ ପଣା ପାଇ ତୃପ୍ତ ହେଉଥିବା ବିଶ୍ୱାସ ରହିଛି। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

 

 

 

 

 

Nalco
Leave A Reply