ବାଲେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଗ୍ରାମାଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଥିଲା । ବନ୍ୟାଜଳ ମାଡ଼ିଯିବା ଫଳରେ ଅଧିକାଂଶ ଲୋକ ଘରୁ ବାହାରକୁ ବାହାରି ପାରିନଥିଲେ । ଗ୍ରାମବାସୀମାନଙ୍କ ଘରେ ଓ ଚୁଲିରେ ପାଣି ପଶି ଯାଇଥିବାରୁ ସେମାନଙ୍କ ଚୁଲି ଜଳିପାରିନାହିଁ ।
ଫଳରେ ବହୁ ୨୦୦୦ରୁ ଉଦ୍ଧ୍ୱର୍ ପରିବାର ଏବଂ ଗୃହପାଳିକତ ପଶୁଙ୍କୁ ଧରି ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବାଲେଶ୍ୱର କଂଗ୍ରେସ ତରଫରୁ ଲଗାତର ୩ ଦିନ ଧରି ରିଲିଫ୍ ବଣ୍ଟନ କରାଯାଇଛି । ଦ୍ୱିତୀୟ ଦିନରେ ବନ୍ୟା ପ୍ରଭାବିତ ସଦରବ୍ଲକ ଅନ୍ତର୍ଗତ ନଗ୍ରମ,ବଇଁଚା, ପାଖରାବାଡ଼, ବାହାବଳପୁର, ଛାନୁଆଁ ଏବଂ ବସ୍ତା ଅନ୍ତର୍ଗତ ଇରଦା, ବରୁଣଗଡ଼ିଆ, ଦୁଧହଂସା ପଞ୍ଚାୟତରେ ରିଲିଫ୍ ବଣ୍ଟନ କରାଯାଇଥିଲା ।
ଏହି ରିଲିଫ୍ ବଣ୍ଟନ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସଂଜୀବ ଗିରିଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପଦେଷ୍ଟା ହରମୋହନ ଦାଶ, ପୂର୍ବତନ ଜିଲ୍ଲା କଂଗ୍ରେସ ଉପସଭାପତି ଗୋପୀନାଥ ପାଢ଼ୀ, ଜିଲ୍ଲା ଯୁବକଂଗ୍ରେସ ସଭାପତି ରଞ୍ଜନ କୁମାର ଦାସ, ପୂର୍ବତନ ରାଜ୍ୟ ଛାତ୍ରକଂଗ୍ରେସ ସଂଯୋଜକ ଗୌତମ ସାହୁ, ପୂର୍ବତନ ଜିଲ୍ଲାକଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ ଦାସ, କିରଣମୋହନ ନାୟକ, ପୂର୍ବତନ ଜିଲ୍ଲା ଛାତ୍ରକଂଗ୍ରେସ ଉପସଭାପତି ଜୀବନ ମହାପାତ୍ର, ବିଜୟ ମାଝୀ, ରଘୁ ମାଝୀ, ପରମେଶ୍ୱର ବେହେରା, ବାଇଧର ନାୟକ, ଚଇତା ମାଝୀ, କମଳାକାନ୍ତ ଦାସ, ଋତୁରାଜ ନାୟକ, ଭବାନୀଶଙ୍କର ବେହେରା, ପ୍ରବୀର ମଣ୍ଡଳ, ଦିବାକର ପରିଡ଼ା, ଏବଂ ବସ୍ତାବ୍ଲକରେ ସତ୍ୟନାରାୟଣ ଗୁପ୍ତା, ବସ୍ତା ଯୁବକଂଗ୍ରେସ ସଭାପତି ସୁଧାଂଶୁ ଶେଖର ଜେନା, କିଶୋର ପାଲ ପ୍ରମୁଖ ଏହି ରିଲିଫ୍ ବଣ୍ଟନରେ ସହାୟତା କରିଥିଲେ