Odisha news

ନେହେରୁ ଯୁବକେନ୍ଦ୍ର ତରଫରୁ ବିକାଶ ଦିବସ ପାଳିତ

0

ବାଲେଶ୍ୱର-୧୮/୦୯ : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅନ୍ତର୍ଗତ ନେହେରୁ ଯୁବକେନ୍ଦ୍ର ଓ ସାମାଜିକ ସଂଗଠନ ମୁନ୍ କମୁ୍ୟନିକେସନ ର ମିଳିତ ସହଯୋଗରେ ବିକାଶ ଦିବସ ପାଳିତ ହୋଇଅଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ସାରା ଦେଶରେ ବିକାଶ ଦିବସ ରୂପେ ପାଳନ ଅବସରରେ ମୁନ୍ କମୁ୍ୟନିକେସନର ସଂପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ଏକ ସାଇକେଲ୍ ରାଲିକୁ ନେହେରୁ ଯବୁକେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ରମେଶ ଆର୍. କାପୁର ଉଦ୍ଘାଟନ କରି ଭାରତର ବିକାଶରେ ଯୁବ ସମାଜ ସାମିଲ ରହିବାକୁ ଆହ୍ୱାନ ଦେଇଥିଲେ । ଯୁବ ସଂଗଠକ ଭାବେ ଉଦୟଭାନୁ ନାୟକ, କାର୍ତ୍ତିକ ନାୟକ, ଜଳଧର ବେହେରା, ସନ୍ତୋଷ କୁମାର ନାୟକ ଯୋଗଦେଇ ସାଇକେଲ ରାଲିକୁ ଗୁଡ଼ୁ, ରଣସାହି, ହିଡ଼ିଗାଁ, ବର୍ଦ୍ଧନପୁର ଗ୍ରାମପଞ୍ଚାୟତରେ ପରିକ୍ରମା କରି ଗ୍ରାମାଞ୍ଚଳର ଯୁବମାନେ ଆଗେଇ ଆସିଲେ ଭାରତର ବିକାଶ ସହ ଅର୍ଥନୀତିର ଅଭିବୃଦ୍ଧି ଘଟିବ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଦର ବ୍ଲକ୍ର ବିଭିନ୍ନ ଯୁବ ଅନୁଷ୍ଠାନ ସାମିଲ ହୋଇ ଏକ ସମୃଦ୍ଧ ଭାରତ ଗଠନ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ପାଇଁ ବୃକ୍ଷରୋପଣ କରାଯାଇଥିଲା ।

Leave A Reply