ବାଲେଶ୍ୱର-୧୮/୦୯ : ନିତ୍ୟାନନ୍ଦ କଲେଜ ଅଫ୍ ଫାର୍ମାସୀର ପ୍ରଥମବର୍ଷ ଡିପ୍ଲୋମା ଫାର୍ମାସୀ (ଡି.ଫାର୍ମ) ର ଛାତ୍ରଛାତ୍ରୀଙ୍କ କ୍ଷେତ୍ର ପରିଦର୍ଶନ ନିମନ୍ତେ ବାଲେଶ୍ୱର ପଢ଼ୁଆଁପଦାସ୍ଥିତ ବାଲେଶ୍ୱର ଜିଲ୍ଲା ନାରୀସଙ୍ଘ ପରିସରରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ସ୍ୱଚ୍ଛତା କ୍ଷେତ୍ର ପରିଦର୍ଶନରେ ଛାତ୍ରଛାତ୍ରୀମାନଙ୍କୁ ଗାଇଡ଼୍ କରିବା ପାଇଁ ଅନୁଷ୍ଠାନର ସହ-ଅଧ୍ୟାପକ ପି.ଦିଲ୍ଲୀପ କୁମାର ସୁବୁଦ୍ଧି,ସହଅଧ୍ୟାପକ କୈଳାସ ଚନ୍ଦ୍ର ଜେନା ଏବଂ କଲେଜର ଟ୍ରେନିଂ ଏଣ୍ଡ ପ୍ଲେସମେଣ୍ଟ ଅଫିସର ବହ୍ନିମାନ ରଥ ସହଯୋଗ କରିଥିଲେ । ବାଲେଶ୍ୱର ଜିଲ୍ଲା ନାରୀସଙ୍ଘର ଅଧ୍ୟକ୍ଷା ଗୋପାମୁଦ୍ରା ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ନାରୀସଙ୍ଘର ଅନ୍ତେବାସୀମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରିଥିଲେ ଏବଂ ସ୍ୱଚ୍ଛତା ସମ୍ପର୍କରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କଲେଜର ନିଦେ୍ର୍ଦଶକ ଡଃ. ବିଜୟ କୁମାର ସାହୁ ଓ ଅଧ୍ୟକ୍ଷ ଡଃ. ଆଦିତ୍ୟ କୁମାର ଜେନାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି କାର୍ଯ୍ୟକ୍ରମର ସଫଳତାକୁ ନେଇ ଅନୁଷ୍ଠାନର ଚେୟାରମ୍ୟାନ୍ ଡଃ. ମନ୍ମଥ କୁମାର ବିଶ୍ୱାଳ ଏବଂ ଭାଇସ୍ ଚେୟାରମ୍ୟାନ୍ ଅଭିଷେକ ବିଶ୍ୱାଳ ଉଭୟ ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦଙ୍କୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।