Odisha news

ଫକୀରମୋହନ କଲେଜ ବାଣିଜ୍ୟ ବିଭାଗରେ ଆଲୋଚନା ଚକ୍ର

0

ବାଲେଶ୍ୱର-୨୭/୦୭ :  ଫକୀରମୋହନ କଲେଜ ମୋ କଲେଜ ଅଭିଯାନ ଓ କଲେଜର ପୁରାତନ ଛାତ୍ର ସଂସଦର ମିଳିତ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର କଲେଜର ଅଧ୍ୟାପକ ଡ. ଦିଲ୍ଲୀପ କୁମାର ଘୋଷଙ୍କ ଅଧ୍ୟକ୍ଷତାରେ ବାଣିଜ୍ୟ ବିଭାଗରକେନ୍ଦ୍ରୀୟ ହଲ୍ରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଆଇସିସି ଏଆଇ,ନୂଆଦିଲ୍ଲୀର ଷ୍ଟୁଡେଣ୍ଟ ସ୍କିଲଡେଭଲପମେଣ୍ଟ ବୋର୍ଡର ସଦସ୍ୟ ରୋଟାରିଆନ୍ ପ୍ରଦୀପ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତାଭାବେ ଯୋଗଦେଇ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ବୃତ୍ତି ଗଠନରେ ଚାର୍ଟେଡ୍ ଏକାଉନଣ୍ଟେନସି ଓ ତାର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ ।

ପୁରାତନ ଛାତ୍ରସଂସଦର ସଭାପତି ଡ. ପ୍ରଭାତ ଚନ୍ଦ୍ର ଚୌଧୁରୀ, ସାଧାରଣ ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି ତାଙ୍କ ବକ୍ତବ୍ୟରେ ଆଲୁମିନି ତରଫରୁ ଛାତ୍ରଛାତ୍ରୀମାନଙ୍କର କ୍ୟାରିୟର ଗଠନ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ରମାକାନ୍ତ ମହାନ୍ତି, ରାମଚନ୍ଦ୍ର ପ୍ରଧାନ, ଶରତ କୁମାର ମିଶ୍ର,ମଧୁସୂଦନ ବେହେରା, ସତ୍ୟନାରାୟଣ ନନ୍ଦ,ରାମଚନ୍ଦ୍ର ସେଠୀ, କଲ୍ୟାଣୀ ନନ୍ଦ,ପାର୍ଥ ସାରଥି ଆସ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷର ବାଣିଜ୍ୟ ବିଭାଗର ମୁଖ୍ୟ ଡକ୍ଟର ଅଭିଜିତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Nalco
Leave A Reply