ବାଲେଶ୍ୱର-୩୦/୦୫: ବାଲେଶ୍ୱର ସହରର ଆଇଟିଆଇ ପଡ଼ିଆରେ ଗତ ୫ଦିନଧରି ·ଲିଥିବା ଦ୍ୱାଦଶ ବାଲେଶ୍ୱରୀ ଗଣପର୍ବ ଜଉକଣ୍ଢେଇ ବାହାଘର ଗତାଲି ସନ୍ଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ପୌରାଣିକ ମହାମନିଷୀ ତଥା ଗୀତଗୋବିନ୍ଦର ସ୍ରଷ୍ଟା ଜୟଦେବଙ୍କ ସହ ବୈଦିକ ରୀତିନୀତିରେ ପଦ୍ମାବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବା ସହିତ ଏହି ମହାନ୍ ଗଣପର୍ବର ପରିସମାପ୍ତି ଘଟିଛି । ଗତ ମଇ ୨୫ ତାରିଖରୁ ଆରମ୍ଭ ହୋଇଥିବାଏହି ଉତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଅନୁଷ୍ଠାନମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ ।
ଏହା ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିଲା । ଏହାଛଡ଼ା କଳାସଂସ୍କୃତିର ଷ୍ଟୋଲମାନ ଲୋକଙ୍କୁ ଆକର୍ଷିତ କରୁଥିବା ବେଳେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବହୁମୂଲ୍ୟ ମତବ୍ୟକ୍ତ କରିବା ସହ ଜଉକଣ୍ଢେଇ ବାହାଘର ସମିତିର କର୍ମକର୍ତ୍ତାମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ଏହି ୫ଦିନ ବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମରେ କବି ପ୍ରଶାନ୍ତ ଦାସ,ଯୁବଶିଳ୍ପୋଦ୍ୟୋଗୀ ସଂଗ୍ରାମ ଦାସ,ଆଇଟିଆଇର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପରିଡ଼ା,ଲୋକସମ୍ପର୍କ ପଦାଧିକାରୀ ମନୋଜ କୁମାର ପାଢୀ, ସମାଜସେବୀ ସୁବାସୀନୀ ଜେନା,ଇଂ ହୃଷିକେଶ ସାହୁ,କୈଳାଶ ଚନ୍ଦ୍ର ପରିଡ଼ା, ସୁପ୍ରିୟା ପରିଡ଼ା, ମଦନ ସରାଓଗି, ଅଞ୍ଜୁ ସରାଓଗି, ରାଧାନାଥ ରଥ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।
ଏହି ୫ଦିନ ବ୍ୟାପୀ ସମାରୋହକୁ ସଫଳ କରିବା ଦିଗରେ ଶିଳ୍ପୀ କେଶୁ ଦାସ, ବ୍ରହ୍ମନାଥ ରଥ, ରାଜେଶ ଗିରି, ରଘୁନାଥ ଲେଙ୍କା,ପରେଶ ଦାସ, ଉପେନ୍ଦ୍ର କୁମାର ପାତ୍ର,ବ୍ୟମନାଥ ରଥ,କୁମାର ଗୋପାଳ, ରାଧାକୃଷ୍ଣ ଦାସ, ହୃଷିକେଶ ସାହୁ, ରାଧାନାଥ ରଥ, ଆଲୋକ କୁମାର ସାହୁ, ମାରୱାଡି ମହିଳା ସମ୍ମେଳନର ସଭାନେତ୍ରୀ ପି୍ରୟା ଅଗ୍ରୱାଲଙ୍କ ଭୂମିକା ବେଶ୍ ପ୍ରଶଂସନୀୟ
