ସିମୁଳିଆ-୩୦/୦୫ : ନିର୍ବାଚନ ସମୟରେ ନିର୍ବାଚନ ପ୍ର·ର କରିବା ନିମନ୍ତେ ଆସୁଥିବା ନେତା, ମନ୍ତ୍ରୀମାନେ ଲୋକମାନଙ୍କୁ ନାନାପ୍ରକାର ଲୋଭନୀୟ ପ୍ରତିଶୃତି ଦେଇ ଭୋଟ ଖଣ୍ଡକ ହାତେଇ ନେବାପରେ ସେମାନଙ୍କର ଆଉ ଦେଖାଦର୍ଶନ ପାଇବା କଷ୍ଟକର ହୋଇପଡ଼ୁଥିବା ବେଳେ ସେମାନେ ଦେଇଥିବା ପ୍ରତିଶୃତିକୁ ଭୁଲି ଯାଇ ଥାଆନ୍ତି । ମାତ୍ର ଜଣେ ନିର୍ବାଚିତ ସମିତି ସଭ୍ୟ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ପାଳନ କରିବା ଘଟଣା ଏବେ ସିମୁଳିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ପଞ୍ଚାୟତ ନିର୍ବାଚନ ସମୟରେ ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ମୁକ୍ତିକାନ୍ତ ପାଣିଗ୍ରାହୀ ବିଭିନ୍ନ ଅଂଚଳ ବୁଲୁଥିବା ବେଳେ ୬ଜଣ ଦିବ୍ୟାଙ୍ଗ ତାଙ୍କ ନଜରକୁ ଆସିଥିଲେ । ସେ ସମୟରେ ଶ୍ରୀ ପାଣିଗ୍ରାହୀ ପ୍ରତିଶୃତି ଦେଇଥିଲେ ଯେ ସେ ହାରନ୍ତୁ ବା ଜିତନ୍ତୁ ଏହି ୬ଜଣ ଦିବ୍ୟାଙ୍ଗକୁ ସହାୟତାର ହାତ ବଢାଇବେ ।
ସମିତି ସଭ୍ୟ ଶ୍ରୀ ପାଣିଗ୍ରାହୀ ଆଜି ସେହି ୬ଜଣ ଦିବ୍ୟାଙ୍ଗ ସର୍ବଶ୍ରୀ ଅର୍ଜୁନ ବେହେରା (୩୦), କ୍ରିଷ୍ଣ ଶ୍ରୀ ବାସ୍ତବ (୧୨), ଜନ୍ମେଜୟ ଶ୍ରୀବାସ୍ତବ (୧୨), ଧ୍ରୁବଚରଣ ଶତପଥି (୩୫), ମୋନାଲିସା ମଲ୍ଲିକ (୫), ଅନିକେତ ଶ୍ରୀ ବାସ୍ତବ (୬)ଙ୍କ ନିକଟରେ ପହଞ୍ଚô ନିଜସ୍ୱ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୨୦ କି.ଗ୍ରା. ଲେଖାଏଁ ·ଉଳ ପ୍ରଦାନ କରିଛନ୍ତି । ଆଗକୁ ଆଉ ସରକାରୀ ସହାୟତା ମିଳିବା ପର୍ଯ୍ୟନ୍ତ ଏହିଭଳି ଦେଉଥିବେ ବୋଲି କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଏହି ୬ଜଣ ଦିବ୍ୟାଙ୍ଗଙ୍କ ମଧ୍ୟରୁ ୪ଜଣ ରାସନକାର୍ଡରେ ୫କିଲୋ ଲେଖାଏଁ ·ଉଳ ପାଉଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ଦୟନୀୟ ଥିବା ଦେଖିବାକୁ ମିଳିଥିଲା । ଅନ୍ୟ ୨ଜଣ ଅନିକେତ ଓ ମୋନାଲିସାଙ୍କୁ କୌଣସି ସରକାରୀ ସହାୟତା ମିଳି ନଥିବାବେଳେ ସେ ଦୁଇଜଣଙ୍କୁ କିପରି ଭାବେ ସରକାରଙ୍କ ଅନ୍ୟ ଯୋଜନାରେ ସାମିଲ କରାଯାଇ ପାରିବ ସେଦିଗରେ ଚେଷ୍ଟା କରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
