Odisha news

ବାଲେଶ୍ୱର : ବାଇକ୍ ଚୋରୀ ରାକେଟର ପର୍ଦ୍ଦାଫାଶ: ୩ ଗିରଫ, ୮ବାଇକ୍ ଜବଦ୍

ବାଲେଶ୍ୱର-୨୦/୦୮: ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତରଭାବେ ବାଇକ୍ ଚୋରୀହେବା ଘଟଣା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଆସୁଥିଲା । ଗତ ୧୮ ତାରିଖ ଦିନ ସଦର ଥାନା ଅନ୍ତର୍ଗତ ଘୋଡ଼ାପଦା ଗ୍ରାମର ୰ ବୈକୁଣ୍ଠ ନାଥ ଦାସଙ୍କ ପୁତ୍ର ଗୌତମ ଦାସଙ୍କର ଓଡ଼ି୦୧ଏ-୬୨୫୭ ନମ୍ବର ବିଶିଷ୍ଟ ଏକ ହିରୋଗ୍ଲେମର ମଟର ସାଇକଲ ନୂଆବଜାରସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କ ପାଖରୁ ଚୋରୀ ହୋଇଯାଇଥିଲା । ଘଟଣା ସମ୍ପର୍କରେ ଶ୍ରୀ ଦାସ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପକ୍ଷରୁ ଏବାବଦରେ ଥାନାରେ କେଶ ନମ୍ବର ୨୩୩/୨୦୨୧ ମୂଳେ ଭାରତୀୟ ଦଣ୍ଡବିଧି ଆଇନ୍ର ୩୭୯ଓ ୩୪ ଧାରାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିଲା । ପୁଲିସ ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବାଲିଆପାଳ ଥାନା ଗେଙ୍ଗୁଟିଆ (ବଡ଼କସବା)ଗ୍ରାମର ନରେନ୍ଦ୍ର ଗିରିଙ୍କ ପୁତ୍ର ରାଜୁ ଓରଫ ରାଜିବ ଲୋଚନ ଗିରି (୩୨)ଙ୍କୁ ଗରିଫ କରିଥିଲେ । ପରେ ତାଙ୍କୁ ଜେରା କରିବାରୁ ସେ ସିଂଲା ଥାନା ମାଛରଙ୍କା ଗ୍ରାମର ଭୀମ ଚରଣ ଜେନାଙ୍କ ପୁତ୍ର ଗୋପାଳ ଜେନା ୩୮ ଓ ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମର ଜଳଧର ବେହେରାଙ୍କ ପୁତ୍ର ବାୟା ଓରଫ ରଂଜନ ବେହେରା (୪୬)ଙ୍କ ନାମ କହିଥିଲେ । ଏହାପରେ ପୁଲିସ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗରିଫ କରି ପଚରା ଉଚରା କରିବା ସହ ସେମାନଙ୍କ ନିକଟରୁ ୮ଟି ବାଇକ୍ ଜବଦ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତମାନଙ୍କୁ ପୁଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି

Comments are closed.