ବୈଶିଙ୍ଗା–୧୦/୧୦– ବେତନଟୀ ବ୍ଲକ ଅଧୀନ ବେତନଟୀ ଥାନା ଏବଂ ବୈଶିଙ୍ଗା ଥାନା ରେ ଥିବା ବିଭିନ୍ନ ଦୁର୍ଗା ପୂଜା କମିଟି ର ସଦସ୍ୟ ମାନଙ୍କୁ ନେଇ ମଙ୍ଗଳବାର ସନ୍ଧ୍ୟା ସମୟରେ ଏକ ମିଳିତ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଶିଙ୍ଗା ଥାନା ର ଥାନାଧିକାରୀ ତପନ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବୈଶିଙ୍ଗାଞ୍ଚଳର ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ, ସାମ୍ବାଦିକ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ପୂଜା ଏବଂ ରାବଣ ପୋଡି ଉତ୍ସବ କିପରି ସମାପନ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା l ଚଳିତବର୍ଷ ବୈଶିଙ୍ଗା ଥାନା ଅଧୀନ ୧୭ ରୁ ଅଧିକ ମଣ୍ଡପରେ ଦୁର୍ଗା ପୂଜା ଏବଂ ଖୁଣ୍ଟାପୁର ଓ ମେର୍ଦ୍ଦା ଭଳି ଦୁଇଟି ସ୍ଥାନରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବ l ଏଥିପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ପୂଜା କମିଟି ଗୁଡିକ ପକ୍ଷରୁ ନିଶାମୁକ୍ତ ଓ ଡିଜେ ମୁକ୍ତ ଭସାଣି କରିବା ପାଇଁ ପ୍ରସ୍ତାବ ଦେଇଥିବାରୁ ଥାନା ଅଧିକାରୀ ଶ୍ରୀପ୍ରଧାନ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ଏହି ବୈଠକକୁ ପରିଚାଳନରେ ଏସଆଇ ସୁମନ୍ତ ସେଠୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ଅନୁରୂପ ଭାବେ ବେତନଟୀ ଥାନା ପରିସରରେ ମଧ୍ୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବେତନଟୀ ତହସିଲଦାର ଅନିତା ନାୟକ , ଶାନ୍ତି କମିଟି ଅଧ୍ୟକ୍ଷ ପ୍ରକାଶ ବେହେରା , ବେତନଟୀ ଓ ଷଠିଲୋ ପଞ୍ଚାୟତ ସରପଞ୍ଚ ଏବଂ ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଚଳିତ ବର୍ଷ ଦୁର୍ଗା ପୂଜା କୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା। ଏହି ବୈଠକକୁ ବେତନଟୀ ଥାନାଧିକାରିଣୀ ସସ୍ମିତା ମହାନ୍ତ ସମୂର୍ଣ୍ଣ ପରିଚାଳନା କରିଥିଲେ ।