Odisha news

ବ୍ରହ୍ମା କୁମାରୀଜରେ ପ୍ରଜାପିତା ବ୍ରହ୍ମା ବାବାଙ୍କ ୫୩ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

0

ବୈଶିଙ୍ଗା–୧୮/୧–ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ବେତନଟୀ ସେବା କେନ୍ଦ୍ର ପକ୍ଷରୁ ଆଜି ମଙ୍ଗଳବାର ଦିନ ପିତାଶ୍ରୀ ବ୍ରହ୍ମା ବାବାଙ୍କ ୫୩ତମ ସ୍କୃତି ଦିବସ ପାଳିତ ହୋଇଯାଇଛି। ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ତରଫରୁ ପ୍ରକାଶ ୧୯୩୬ ମସିହାରେ ନିରାକାର ପରମପିତା ପରମାତ୍ମା ଶିବ ଦାଦା ଲେଖରାଜଙ୍କର ଶରୀରରେ ପରକାୟା ପ୍ରବେଶ କରି ତାଙ୍କୁ ସତ୍ୟଯୁଗୀ ନୂଆ ଦୁନିଆର  ସ୍ଥାପନାର୍ଥେ ନିମିତ୍ତ କରି ତାଙ୍କ କର୍ତ୍ତବ୍ୟ ବାଚକ ନାମ ରଖିଥିଲେ “ପ୍ରଜାପିତା ବ୍ରହ୍ମା ” । ପରମପିତା ପରମାତ୍ମା ବ୍ରହ୍ମା ବାବାଙ୍କ ଆଧାର ନେଇ ୧୯୩୭ ମସିହାରେ ଅବିନାଶୀ ଜ୍ଞାନଯଜ୍ଞ ଅଥବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟର ସ୍ଥାପନା କରିଥିଲେ। ପ୍ରଜାପିତା ବ୍ରହ୍ମା  ୧୯୬୯ ମସିହା ଜାନୁଆରୀ ୧୮ ତାରିଖ ରାତିରେ ନିଜର ପାର୍ଥିବ ଶରୀର ତ୍ୟାଗ କରି ଅବ୍ୟକ୍ତ ଲୋକକୁ ଚାଲିଯାଇଥିଲେ। ସେହି ଦିନ ଠାରୁ ପ୍ରଜାପିତା ବ୍ରହ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବ୍ରହ୍ମା କୁମାରୀଜ ସେବାସ୍ରମରେ ଏହି ଅବ୍ୟକ୍ତ ଦିବସ ପାଳିତ ହୋଇଥାଏ। ମୟୂରଭଞ୍ଜର ମୂଖ୍ୟ ସଞ୍ଚାଳିକା ଭଉଣୀ ବ୍ର.କୁ. ସାବିତ୍ରୀ ଏବଂ ବେତନଟୀ ସେବା କେନ୍ଦ୍ରର ମୂଖ୍ୟ ସଞ୍ଚାଳିକା ଭଉଣୀ ବ୍ର.କୁ. ବନିତାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସ୍କୃତି ଦିବସରେ କେନ୍ଦ୍ରର ସମସ୍ତ ଭାଇ ଭଉଣୀ କୋଭିଡ଼ ନିୟମକୁ ମାନି ମାସ୍କ ଲଗାଇ ସମଦୂରତା ବଜାଇ ଅଧ୍ୟାତ୍ମିକ ଯୋଗ କରୁଥିବାର ଦେଖାଯାଇଥିଲା।ବ୍ରକୁ ସାବିତ୍ରୀ ଭଉଣୀ ବ୍ରହ୍ମା ବାବାଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିବା ବେଳେ ବ୍ରକୁ ବନିତା ଭଉଣୀ ସମସ୍ତ ଭାଇ ଭଉଣୀଙ୍କୁ ବ୍ରହ୍ମା ବାବାଙ୍କ ପଦାଙ୍କ କୁ ଅନୁସରଣ ଏବଂ ଅନୁକରଣ କରି ଚାଲିବାକୁ କହିଥିଲେ।   ଉପସ୍ଥିତ ସମସ୍ତ ଭାଇ ଭଉଣୀ ପରିଶେଷରେ ବ୍ରହ୍ମା ବାବାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ।ଅନରୂପ ଭାବେ ବୈଶିଙ୍ଗାସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର  ଉପସେବାକେନ୍ଦ୍ରରେ ମଧ୍ୟ ୫୩ତମ ଅବ୍ୟକ୍ତ ଦିବସ ପାଳିତ ହୋଇଯାଇଛି। ଉପସେବାକେନ୍ଦ୍ରର ମୂଖ୍ୟ ସଞ୍ଚାଳିକା ଭଉଣୀ ବ୍ରକୁ ଅନୁପମାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସ୍ମୃତି ଦିବସରେ ସମସ୍ତ ଭାଇ ଭଉଣୀ ନୀରବତାର ସହ କୋଭିଡର ନିୟମକୁ ମାନି ଯୋଗଧ୍ୟାନ କରୁଥିବାର ଦେଖାଯାଇଥିଲା। ପରିଶେଷରେ ନିମିତ୍ତ ଭଉଣୀ ବ୍ରହ୍ମା ବାବାଙ୍କ ଅଲୌକିକ ଜୀବନୀ ବିଷୟରେ ଆଲୋକପାତ କରିଥିଲେ। ଏହି ସ୍ମୃତି ଦିବସରେ ବ୍ରହ୍ମା କୁମାରୀଜର ସମସ୍ତ ଭାଇ ଏବଂ ଭଉଣୀ ମାନେ ସହଯୋଗ କରିଥିବାର ଦେଖାଯାଇଥିଲା।

Leave A Reply

Your email address will not be published.