Odisha news

ତ୍ରୀଦିବସୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

ବେତନଟୀ : କେନ୍ଦୁଆ ସ୍ଥିତ ବାବା ସିଦ୍ଧେଶ୍ଵର ମହାଦେବ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ତ୍ରୀଦିବସୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୩ ତାରିଖ ରାତିରେ ସମାପ୍ତ ହୋଇଥିବା ଜଣାଯାଇଛି। ୨୦ ତାରିଖ ଦିନ ଆରମ୍ଭ ହୋଇଥିବା ଏହି ଆନ୍ତଃଜିଲ୍ଲା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ୨୦ ଜଣ ପାର୍ଟନର ଭାଗ ନେଇଥିଲେ। ୨୩ ତାରିଖ ଦିନ ସନ୍ଧ୍ୟା ଦିନ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା। ଫାଇନାଲ ମ୍ୟାଚରେ  ଗୁଲାନ ଏଣ୍ଡ ପାର୍ଟନର ନିଜର ପ୍ରତିଦ୍ଵନ୍ଦୀ ପିଣ୍ଟୁ ଏଣ୍ଡ ପାର୍ଟନର ଙ୍କୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ। ଖେଳ ଶେଷରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିଥି ଭାବେ ସମାଜସେବୀ ଶୁଭ୍ରାନ୍ତ ତିଆଡି ଓ ବିବେକାନନ୍ଦ ପଣ୍ଡା ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ କପ ଏବଂ ପୁରସ୍କାର ପ୍ରଦାନ କରିଥିଲେ। ସଂଘର ସଦସ୍ୟ ଜିତୁ, ଦୀପୁ , ଲୁଲା, ମୁନା, ଲିକି, ଲକି, ଗେଲ୍ହା , ଲିଟନ, ପ୍ରଶାନ୍ତ, ପୁପୁ ଓ ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

Nalco
Leave A Reply