ପାରାଦୀପ୍ – ସମୁଦ୍ର ର ଅଥଳ ଜଳରାଶି ରେ ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଥିଲେ ରୋଗୀ | ଖବର ପାଇ ହେଲିକପ୍ଟର ସାହାଯ୍ଯ ରେ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ | ଆଜି ସକାଳ ପ୍ରାୟ 6:30 ମିନିଟ୍ ସମୟ ରେ ଏମଟି ଜୀବି ଭେଞ୍ଚର୍ ନାମକ ଏକ ପାଣି ଜାହାଜ ର କୃ ମେମ୍ବର ଥାନିକ୍ ଲିନ୍ ନିଜ ପେଟରେ ଅସହ୍ୟ ଯନ୍ତ୍ରଣା ଭୋଗ କରିବା ଆରମ୍ଭ କରିବା ସହ ନିଶ୍ଵାସ ନେବାରେ ଅସୁବିଧା ଅନୁଭବ କରିଥିଲେ | ଜାହାଜ ର ପାଇଲଟ ତାଙ୍କୁ ମେଡିକାଲ ନେବାପାଇଁ ଭାରତୀୟ ତଟରକ୍ଷୀ ବାହିନୀର ର ସାହାଯ୍ୟ ମାଗିବା ପରେ ଆରମ୍ଭ ହୋଇଥିଲା ଅପରେସନ | ତଟରକ୍ଷୀ ର ଦୁଇଟି ପାଣି ଜାହାଜ ଓ ଗୋଟିଏ ହେଲିକପ୍ଟର ତୁରନ୍ତ ଉକ୍ତ ଜାହାଜ୍ ପାଖକୁ ଯାଇ ଅସୁସ୍ଥ କୃ ମେମ୍ବର କୁ ଉଦ୍ଧାର କରିବା ସହ ଭୁବନେଶ୍ବର ର ଆପୋଲୋ ହସ୍ପିଟାଲ ରେ ଚିକିସ୍ଥା ପାଇଁ ଭର୍ତି କରିଥିବା ଜଣାପଡିଛି |
