Odisha news

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନ୍ସିପ ଉଦ୍ୟାପିତ

0

ବାରିପଦା  : ମୟୂରଭଞ୍ଜ ବ୍ୟାଡମିଣ୍ଟନ ଡେଭଲମେଣ୍ଟ କମିଟି ଆନୁକୂଲ୍ୟରେ ରାଜ୍ୟ ବ୍ୟାଡମିଣ୍ଟନ ସଂଘର ସହଯୋଗୀତାରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ଦୁଇଦିନିଆ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍ୟାପିତ ହୋଇଯାଇଛି । ଏହି ଉଦ୍ୟାପନି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାରିପଦା ପୌରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗ ଦେଇଥିଲେ । ଏଥିସହିତ ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଡଃ ଦେବାଶିଷ ମାରାଣ୍ଡି ଓ ସମାଜସେବୀ ଅଜୟ କୁମାର ମୋଦି ଯୋଗଦେଇ ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ।

୧୯ବର୍ଷରୁ କମ୍ ବର୍ଗରେ ଚମ୍ପିୟାନ ଭାବେ ସ୍ୱୟମପ୍ରଭା ମହାନ୍ତି ଏବଂ ରନର୍ସଅପ୍ ଭାବେ ଜୟଜିତ୍ ଦାସ, ବରିଷ୍ଠ ବର୍ଗରେ ଚମ୍ପିୟାନ୍ ଭାବେ ରଜତ ଜୟପ୍ରକାଶ ସିଂ ଓ ରାହୁଲ ସାହୁ ଏବଂ ରନର୍ସଅପ୍ ଭାବେ ରଜତ ମହାନ୍ତ ଓ ପ୍ରିୟବ୍ରତ ନାୟକ, ଆନ୍ ସିଡେଡ୍ ବର୍ଗରେ ଚମ୍ପିୟାନ ଭାବେ ଆଦିତ୍ୟ ସାହୁ ଓ ରିତେନ୍ ଜୟସ୍ୱାଲ ଏବଂ ରନର୍ସଅପ୍ ଭାବେ ସନ୍ତୋଷ କୁମାର ସାହୁ ଓ ଶୁଭ୍ରାଂଶୁ ସାହୁ ପୁରସ୍କୃତ ହୋଇଥିଲେ । ଜିଲ୍ଲା ବ୍ୟାଡମିଣ୍ଟନ ଡେଭଲପମେଣ୍ଟ ସଂଘ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି, ମାନପତ୍ର ସମେତ ଅର୍ଥ ରାଶି ଦେଇ ପୁରସ୍କୃତ କରାଯାଇଛି । ଉକ୍ତ ଚମ୍ପିୟାନ୍ସିପରେ ଭୁବନେଶ୍ୱର, କଟକ, ବାଲେଶ୍ୱର, ଭଦ୍ରକ, ବାରିପଦା ଓ ରାଇରଙ୍ଗପୁର ଅଞ୍ଚଳର ସମୁଦାୟ ୧୩୨ଜଣ ଖେଳାଳି ଯୋଗଦେଇ କ୍ରୀଡା ପ୍ରଦର୍ଶନ କରିଥିଲେ । କମିଟିର ସଦସ୍ୟ ସୋମେନ୍ ମହାନ୍ତି, ଉଦୟ ସାହୁ, ପଙ୍କଜ ସାହୁ, ସନ୍ତୋଷ କୁମାର ଦାସ, ରୂପେଶ ମହାନ୍ତି, ରୂପକ ମହାନ୍ତି, ଦେବବ୍ରତ ଦାସ, ସୁକାନ୍ତ ସାହୁ, ରୂପମ ସ୍ୱାଇଁ, ସନ୍ଦୀପ ପଟ୍ଟନାୟକ ଓ ବିଶ୍ୱଜିତ୍ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିବାବେଳେ ରବିନ୍ଦ୍ର କୁମାର ବେହେରା ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply