ବଡ଼ମ୍ବା ୦୫/୧୦- ଆସନ୍ତା କାଲିଠାରୁ ବଡ଼ମ୍ବାର ଆରାଧ୍ୟା ତ୍ରିପୁରା ସୁନ୍ଦରୀ ଭଟ୍ଟାରିକାଙ୍କ ଷୋଡଶ ଦିନାତ୍ମକ ପୂଜାର ଶୁଭାରମ୍ଭ | ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ଉନ୍ନୟନ ପରିଷଦ ଶଶାଙ୍ଗ, ଓ ଗାଁ’ ର ମହିଳା ଗୋଷ୍ଠୀ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛ ଅଭିଯାନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ | ପରିଷଦ ସଭାପତି ଭ୍ରମରବର ନାୟକଙ୍କ ଆବାହକତ୍ବରେ ଭଟ୍ଟାରିକା ପୀଠରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶତ୍ରୁଜିତ ପୁହାଣ, କରଡ଼ିବନ୍ଧ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ରବିନ୍ଦ୍ର କୁମାର ସାହୁ,ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସ୍ବର୍ଣ୍ଣଲତା ବେହେରା, କାର୍ତ୍ତିକ ଚନ୍ଦ୍ର ପୁହାଣ, ନାରାୟଣ ଗୁରୁ, ଦେବରାଜ ବେହେରା, ସରୋଜ କୁମାର ନାୟକ, ସମେତ ଉନ୍ନୟନ ପରିଷଦର ସମସ୍ତ ସଦସ୍ୟ ଓ ଉଭୟ ଭଟ୍ଟାରିକା, କରଡ଼ିବନ୍ଧ ପଞ୍ଚାୟତ ର ଶହେ ରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ | ଏହି ପରିପେକ୍ଷୀରେ ଭଟ୍ଟାରିକାଙ୍କ ବେଢାଠାରୁ ଆରମ୍ଭ ହୋଇ ଗାଁ ଭିତରେ ପୂଜା ପାଉଥିବା ମା ବାଉତିଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରୁ ଆବର୍ଜନା ସଫା କରିବା ସହ ଛୋଟ ଛୋଟ ବୁଦା କଟା ଯାଇଥିଲା |