Odisha news

ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ

0

ନୂଆଦିଲ୍ଲୀ, ୧୭ା୯ (ଏଜେନ୍ସି) : ଘରୋଇ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ୨-୧ ବ୍ୟବଧାନରେ ପକେଟସ୍ଥ କରିଛି । ବୁଧବାର ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ ୱିକେଟ୍‌ରେ ଧମାକାଦାର ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୩୦୨ ରନ୍‌ କରିଥିଲା ।ଜବାବରେ ଅଷ୍ଟ୍ରେଲିଆ ୪୯.୪ ଓଭର୍‌ରେ ୩୦୫/୭ ରନ୍‌ କରି ଲକ୍ଷ୍ୟସ୍ଥଳରେ ପହଞ୍ଚି ଥିଲା । ଆଲେକ୍ସ କାରେ (୧୦୬ ରନ୍‌) ଓ ଗ୍ଲେନ୍‌ ମ୍ୟାକ୍ସେୱଲ (୧୦୮ ରନ୍‌) ଶତକୀୟ ଇନିଂସ୍‌ ଖେଳି ଅଷ୍ଟ୍ରେଲିଆକୁ ବିଜୟୀ କରିଥିଲେ । ଧମାକାଦାର ପ୍ରଦର୍ଶନ ପାଇଁ ମ୍ୟାକ୍ସେୱଲ୍‌ଙ୍କ ଉଭୟ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ବିବେଚିତ କରାଯାଇଥିଲା । ୨- ୧ରେ ଶୃଙ୍ଖଳା ବିଜୟ ସହ ଅଷ୍ଟ୍ରେଲିଆ ଆଇସିସି ପୁରୁଷ କ୍ରିକେଟ୍‌ ବିଶ୍ୱକପ୍‌ ସୁପର୍‌ ଲିଗ୍‌ ପର୍ଯ୍ୟାୟରେ ୧୦ ପଏଣ୍ଟ ଅର୍ଜନ କରିଛି ।

Leave A Reply