ଆଠଗଡ ୨୪-୧୨-୨୨ ଆଠଗଡ ଖାଉଟି କଲ୍ୟାଣ ସଂଘ ଓ ଖାଉଟି ବିଭାଗ ପକ୍ଷରୁ ଜାତୀୟ ଖାଉଟି ସୁରକ୍ଷା ଦିବସ ସ୍ଥାନୀୟ ବିଶ୍ଵନାଥ ବିଦ୍ୟାପୀଠ ଠାରେ ପାଳିତ ହୋଇଯାଇଛି। ଖାଉଟି କଲ୍ୟାଣ ସଂଘର ଉପସଭାପତି ଆଇନଜୀବୀ ଅଦ୍ଵୈତ ଚରଣ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ରୂପେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ , ମୁଖ୍ୟବକ୍ତା ଓ ଏମ ଜି ସି ର ପୂର୍ବତନ ଉପ ନିର୍ଦ୍ଦେଶକ ସୁରେନ୍ଦ୍ର ଦଳେଇ , ଓଡିଶା ହାଇକୋର୍ଟ ବାର ଆସୋସିଏସନର ଉପସଭାପତି କ୍ଷୀରୋଦ କୁମାର ରାଉତ , କଟକ ଜିଲ୍ଲା ଖାଉଟି ପ୍ରତିବିଧାନ ଆୟୋଗର ପୂର୍ବତନ ସଦସ୍ୟା ଶର୍ମିଷ୍ଠା ନାଥ ପ୍ରମୁଖ ଯୋଗ ଦେଇ ଖାଉଟି ମାନଙ୍କ ଅଧିକାର ସହିତ ସଚେତନତା ଉପରେ ଆଲୋକପାତ କରିଥିଲେ। ଖାଉଟି କଲ୍ୟାଣ ସଂଘର ସଂପାଦକ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ଆଠଗଡର ବରିଷ୍ଠ ଚିକିତ୍ସିକ ଡ. ଭୂବନାନନ୍ଦ ଦାସଙ୍କୁ ଭୂବନାନନ୍ଦ ପଟ୍ଟନାୟକ ଖାଉଟି କଲ୍ୟାଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭାକାର୍ଯ୍ୟ ପୂର୍ବରୁ ଖାଉଟି ସଚେତନତା ରାଲି ନଗର ପରିକ୍ରମା କରିଥିଲା। ଉତ୍ସବରେ ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ତଥା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।
