ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ଗ୍ରାମରେ ପୂଜ୍ୟପୂଜା ସମିତି ତରଫରୁ ଆମ ଗାଁ ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏକ ବର୍ଣାଢ୍ଯ ପରିବେଶରେ ଉତ୍ସବ ରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ତଥା କମିଟି ର ଉପଦେଷ୍ଟା କାହ୍ନୁଚରଣ ଧିର ଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ମହିଳା ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସମ୍ମାନିତ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଘଷିପୁରା ବିଡ଼ିଓ ଅସିତ୍ କୁମାର ମହାନ୍ତି ,,ଶ୍ରମିକ ନେତା ନାରାୟଣ ଧିର , ସ୍ଥାନୀୟ ସରପଞ୍ଚ ସୁଧାରାଣୀ ଧିର, ଗଡବାନ୍ଧୋଗୋଡା ସମବାୟ ସମିତି ସଭାପତି ଦେବପ୍ରିୟ ପାତ୍ର, କମିଟି ସଭାପତି ସନ୍ତୋଷ ଧିର, ସମ୍ପାଦକ ସୌମେନ୍ଦ୍ର ଧିର ,ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଫେସର ଅଶୋକ କୁମାର ମହାନ୍ତି, ମହିଳା ନେତ୍ରୀ ତଥା ସରପଞ୍ଚ ସୁଧାରାଣୀ ଧିର, ପରିବେଶ ସୁରକ୍ଷା ପାଇଁ ପଦ୍ମନାଭ ହୋତା, ସଙ୍ଗୀତ କ୍ଷେତ୍ରରେ ଯୁବ ଗାୟିକା ସୁକନ୍ୟା ରାଉତ, ମେଡିକାଲ ଛାତ୍ର ସୌମ୍ୟରଞ୍ଜନ ଭୁୟାଁ,ଯୁବ ସାମ୍ବାଦିକ ଭାବେ ମୋହନ କୁମାର ସାହୁ,ଯୁବସଂଗଠକ ସୁଜିତ୍ ଧିର, ମେଧାବୀ ଛାତ୍ରୀ ପ୍ରଗତି ନାୟକ ଙ୍କୁ ରୌପ୍ୟ ଫଳକ , ମାନପତ୍ର , ଉପଢୌଳନ ସହ ସମ୍ବର୍ଦ୍ଧିତ କରା ଯାଇଥିଲା । ମୁଖ୍ୟ ଅତିଥି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ନିଜ ଅଭିଭାଷଣରେ ଗ୍ରାମର ଯୁବକ ମାନଙ୍କ ଏହି ପ୍ରୟାସକୁ ପ୍ରଶଂସା କରି ଆଗାମୀ ଦିନରେ ଏହିଭଳି ଭାଇଚାରା ପରମ୍ପରା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । କମିଟି ର ସଦସ୍ୟ ଅଜିତ୍ ଧିର, ସ୍ୱାଗତ ଧିର, ନିହାର ଧିର, ପ୍ରଭାତ ଦାସ, ରାଜେଶ ଦାସ, ଅମୁଲ୍ୟ ମାଝୀ, ଜିତେନ୍ଦ୍ର ପଟ୍ଟନାୟକ , ଅର୍ଜୁନ ମଲ୍ଲିକ, ପ୍ରଦୀପ ନାୟକ , ଜିତୁନ୍ ଧିର, ବିଶ୍ୱଜିତ ଧିର , ପ୍ରକାଶ ନାୟକ , ରାମଚନ୍ଦ୍ର ବିନ୍ଧାଣୀ ,ପାପୁନ ମାଝୀ, ବିଜ୍ଞାନ ମହାନ୍ତି, ଗଜେନ୍ଦ୍ର ଦଳେଇ, ପଙ୍କଜ ମାଝୀ, ସୁରେଶ ମଲ୍ଲିକ, ନାଣ୍ଡୁଚରଣ ଜେନା, ଏବଂ ଗ୍ରାମବାସୀଙ୍କ ସହଯୋଗରେ କର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
