Odisha news

ଅଯୋଧ୍ୟା ଫେରନ୍ତା ନୃତ୍ୟ ଶିଳ୍ପୀ ଙ୍କୁ ଆଠଗଡ ରେ ସମ୍ବର୍ଦ୍ଧନା।

0
ଆଠଗଡ଼ ତା ୨୪-୦୨-୨୪ ଗତ ସରସ୍ବତୀ ପୂଜା ଦିନ ମୋଟର ସାଇକେଲ ରେ ଅଯୋଧ୍ୟା ରେ ରାମ ମନ୍ଦିର ଦର୍ଶନ ପାଇଁ ଯାଇଥିବା ଆଠଗଡ଼ ର ଜଣାଶୁଣା ନୃତ୍ୟ ଶିଳ୍ପୀ ରଘୁନାଥ ଦାସ ଏବଂ ତାଙ୍କର ଦୁଇ ଜଣ ସାଥି କାଶୀନାଥ ଦାସ ଓ ସନ୍ତୋଷ କୁମାର ଦାସ ଙ୍କୁ ଆଜି ଆଠଗଡ଼ ରେ ସମ୍ବର୍ଦ୍ଧନା ଦିଆ ଯାଇଛି। ଦୀର୍ଘ ୧୦ ଦିନ ର ଏହି ଯାତ୍ରାରେ ରଘୁନାଥ ରାମଲାଲା ଙ୍କ ନୃତ୍ୟ ମଣ୍ଡପ ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସେଠାରେ ସମ୍ମାନିତ ହୋଇଥିଲେ। ଆଜି ଆଠଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଅର୍ଦ୍ଧେନ୍ଦୁ ମହାନ୍ତି ସମ୍ପାଦକ ବିଭୁତି ଭୁଷଣ ଖଟୁଆ, ସନ୍ତୋଷ କୁମାର ବାରିକ, ଅଶୋକ କୁମାର ପ୍ରଧାନ, ଦିଲିପ୍ କୁମାର ଦାସ,ପ୍ରମୁଖ ତାଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ରଘୁନାଥ ଜୀୟୁ କୃପା ପରିଷଦ ପକ୍ଷରୁ ରୁଦ୍ର ଚରଣ ମହାନ୍ତି, କ୍ଷୀରୋଦ କୁମାର ସାହୁ, ରଘୁନାଥ ଜୀୟୁ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ପ୍ରଭାକର ପଟ୍ଟନାୟକ, ରଘୁନାଥ ବଜାର କମିଟି ପକ୍ଷରୁ ରଞ୍ଜିତ ଭକ୍ତା, ବିଚିତ୍ରାନନ୍ଦ ଦାସ,ବିଜୟ କୁମାର ଦାସ, ସରୋଜ କୁମାର ଦାସ, ପଚେତା ପାରାମାଣିକ, ମାଇଣ୍ଡ କ୍ଲବ ପକ୍ଷରୁ ମନୋରଞ୍ଜନ ମହାପାତ୍ର ପ୍ରମୁଖ ଅଯୋଧ୍ୟା ଫେରନ୍ତା ତିନି ଜଣ ଙ୍କୁ ସମ୍ମାନିତ କରିଥିଲେ।
Leave A Reply