ଆଠଗଡ଼ ୯-୨-୨୪ ଆଠଗଡ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ,ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ କୃଷି ଜିଲ୍ଲା ଅଧିକାରୀ ପର୍ଶୁରାମ ବେହେରା ଙ୍କ ସଭାପତିତ୍ବରେ ପାରା ଏକ୍ସଟେନ୍ସନ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ ଖୁଣ୍ଟକଟା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି | ଏଥିରେ ମୁଖ୍ୟଅତିଥି ଭାବେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅଶୋକ କୁମାର କର ଯୋଗଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଉପଖଣ୍ଡ ର ୪ ଗୋଟି ବ୍ଲକର ୧୪୮ ଜଣ ପାରା ଏକ୍ସଟେନ୍ସନ କାର୍ଯ୍ୟକର୍ତ୍ତା ମାନଙ୍କୁ ସରକାରୀ ଯୋଜନାରେ ମିଳୁଥିବା ସହାୟତା ଓ ସୁବିଧା ଓ କୃଷି ବିଭାଗ ର ନୂତନ ଜ୍ଞାନ କୌଶଳ ବିଷୟରେ ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ର କଟକ ର ବରିଷ୍ଠ ବୈଜ୍ଞାନିକ ଶ୍ରୀ ଦିଲ୍ଲୀପ କୁମାର ଷଡଙ୍ଗୀ ଏବଂ ତୁଷାର ରଞ୍ଜନ ସାହୁ , ନରସିଂହପୁର ବ୍ଲକ କୃଷି ଅଧିକାରୀ ଶ୍ରୀ ନିର୍ମଳ କୁମାର ନାୟକ,ବଡମ୍ବା ବ୍ଲକ୍ କୃଷି ଅଧିକାରୀ ଶ୍ରୀ ଶିବାଶିଷ ମିଶ୍ର ,ତିଗିରିଆ ବ୍ଲକ କୃଷି ଅଧିକାରୀ ଶ୍ରୀ ସନାତନ ବେହେରା,ନରସିଂହପୁର ସହକାରୀ କୃଷି ଅଧିକାରୀ ଲକ୍ଷ୍ମୀପ୍ରିୟା ସ୍ଵାଇଁ,ବଡମ୍ବା ସହକାରୀ କୃଷି ଅଧିକାରୀ ଶ୍ରୀମତୀ ବିଳାସିନୀ ମହାପାତ୍ର , ତିଗିରିଆ ସହକାରୀ କୃଷି ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ପୃଷ୍ଟି , କଟକ ସହକାରୀ କୃଷି ଅଧିକାରୀ ଶ୍ରୀମତୀ ମୋନାଲିସା ବେହେରା ପ୍ରମୁଖ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ବ୍ଲକ୍ କୃଷି ଅଧିକାରୀ ଆଠଗଡ ଶ୍ରୀ ପ୍ରିୟନାଥ ପାତ୍ର ପରିଚାଳନା କରିଥିଲେ |