Odisha news

ବିକଶିତ ଭାରତ ସଂକଳ୍ପ ଯାତ୍ରା ର ଗାଡ଼ିକୁ ଭଙ୍ଗାରୁଜା

0
ଆଠଗଡ଼ ତା ୦୫-୦୧-୨୪ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନ ହିତକାରୀ କାର୍ଯ୍ୟକ୍ରମ କୁ ନେଇ ସାଧାରଣରେ ଏହାର ପ୍ରଚାର କୁ ନେଇ ଆସିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ର ଗାଡ଼ିକୁ ଭଙ୍ଗାରୁଜା ହୋଇଥିବା ଆଠଗଡ ରେ  ଦେଖିବାକୁ ମିଳିଛି। ଆଠଗଡ଼ ବ୍ଲକ ସଠିଲୋ ପଞ୍ଚାୟତ ରେ ଏହାର ପ୍ରଚାର ଗାଡି କୁ ଭଙ୍ଗାରୁଜା କରିବା ସହିତ ଡ୍ରାଇଭର କୁ ମାଡ ମାରିଥିବା ଆଠଗଡ଼ ଥାନା ରେ ଅଭିଯୋଗ ହୋଇଛି। ଆଜି ଆଠଗଡ଼ ବ୍ଲକ ତଦାରତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ର ଏକ ପ୍ରଚାର ଗାଡି ଆଠଗଡ଼ ବ୍ଲକ ସମସରପୁର ପଞ୍ଚାୟତ ଏବଂ ସଠିଲୋ ପଞ୍ଚାୟତ ରେ ଵୁଲିବାର କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ନାଥ ନାୟକ ଙ୍କୁ ଦାଇତ୍ୱ ଦିଆ ଯାଇଥିଲା। କିନ୍ତୁ ତାଙ୍କର ଅନୁପସ୍ଥିତିତ ଥିବା ଯୋଗୁ  ତାଙ୍କ ସ୍ଥାନରେ ସଠିଲୋ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ସ୍ଵାଇଁ ଥିବା ସେ କହିଥିବା ବେଳେ ଆଠଗଡ଼ ବ୍ଲକ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ଏବଂ ନୂଆ ଓଡିଶା କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିଯୁକ୍ତ କରା ଯାଇଥିବା କହିଛନ୍ତି। ଅନ୍ୟ ପକ୍ଷରେ ଏ ବାବଦରେ ଆଠଗଡ଼ ଥାନା ରେ ବ୍ଲକ ପକ୍ଷରୁ ଏକ ଏତଲା ଦିଆ ଯାଇଥିବା ଜଣାପଡିଛି। ଆଠଗଡ଼ ଥାନା କେସ ନଂ ୪/୨୪ ଧାରା ୩୪୧,୨୯୪,୩୨୩,୪୨୭ ଏବଂ ୩୪ ଆଇ ପି ସି ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ଆଜିର ଘଟଣାକୁ  ଆଠଗଡ଼ ବିଜେପି ନେତା ବଜେନ୍ଦ୍ର ରାଏ ଏକ ସାମ୍ୱାଦିକ ସମ୍ମୀଳନୀରେ ଘୋର ନିନ୍ଦା କରିବା ସହିତ ସମ୍ପୁକ୍ତ ଥିବା ବ୍ୟକ୍ତି ଙ୍କୁ  ଦୁଇ ଦିନ ମଧ୍ୟରେ ଗିରଫ  କରାନଗଲେ ଥାନା ଘେରାଉ ହେବା ସହିତ ବ୍ଲକ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମ ରେ ଜଗଦାନନ୍ଦ ତ୍ରିପାଠୀ, ବିକ୍ରମ ଦାସ୍,ଇଲା ପଣ୍ଡା, ହେମନ୍ତ କୁମାର ମହାନ୍ତି, ବିଚିତ୍ରାନନ୍ଦ ଜେନା,ନିର୍ମଳ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Ad2
Leave A Reply