Odisha news

ଥାନାରୁ ଅଭିଯୁକ୍ତ ଫେରାର ଘଟଣାରେ ଦୁଇ ଜଣ ନିଲମ୍ବିତ।     

0
ଆଠଗଡ଼ ତା ୧୦-୦୯-୨୩  ଆଠଗଡ ଥାନା ପରିସରରୁ ଅଭିଯୁକ୍ତ ଫେରାର ହୋଇଥିବା ଘଟଣାରେ ଦୁଇ ଜଣ ନିଲମ୍ବିତ ହୋଇଥିବା ଜଣାପଡିଛି।ଡିସିଓ ଦାଇତ୍ୱ ରେ ଥିବା ସହକାରୀ ସବ୍ ଇନିସପେକ୍ଟର ରଞ୍ଜନ କୁମାର ସାହୁ ଏବଂ ସେଣ୍ଟ୍ରୀ ଦାଇତ୍ୱ ରେ ଥିବା କନେଷ୍ଟବଳ କ୍ଷୀରୋଦ ବେହେରା ଙ୍କୁ କାର୍ଯ୍ୟ ରେ ଅବହେଳା ପାଇଁ କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡା ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଠଗଡ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତର ଅମୃତମଣୋହିପାଟଣା ଗ୍ରାମରେ  ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ ଭଳି ଘଟଣା ଘଟିଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଆଠଗଡ ଥାନାରେ ଦୁଇ ଟି ପୃଥକ ପୃଥକ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଉଭୟ ପକ୍ଷରୁ ପୂର୍ବରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଶୁକ୍ରବାର ଉକ୍ତ ଘଟଣାରେ ଅମୃତମଣୋହିପାଟଣାରୁ ବିରଞ୍ଚି ମନ୍ତ୍ରୀ କୁ ପୋଲିସ ଆଠଗଡ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ। ଶନିବାର ବିରଞ୍ଚି କୁ କୋର୍ଟ ଚାଲାଣ କରିଥାନ୍ତେ। ମାତ୍ର ଶନିବାର ପ୍ରାତ୍ଃ ସମୟରେ ଶୌଚ ହେବାକୁ କହି କୌଶଳ କ୍ରମେ ଥାନାରୁ ଚମ୍ପଟ ମାରିଥିଲା। ବିରଞ୍ଚି କୁ ଧରିବା ପାଇଁ ପୋଲିସ ପକ୍ଷରୁ ତିନୋଟି ଟିମ କରାଯାଇ ତଲାସୀ ଜାରି ରହିଥିଲା। ଶନିବାର ସନ୍ଧ୍ୟାରେ ଆଠଗଡ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ କଟକ ଗ୍ରାମାଞ୍ଚଳର ଅତିରିକ୍ତ  ଏସ ପି ଦେବଦତ୍ତ ବରାଳ ଆଠଗଡ ଥାନାରେ ସମୀକ୍ଷା କରିଥିଲେ।ଗତ କାଲି ବିରଞ୍ଚି କୁ ଫେରାର କରିବାରେ ସହଯୋଗ କରିଥିବା ଅମୃତ ମଣୋହି ପାଟଣା ରେ ସତ୍ୟବାଦୀ ପ୍ରଧାନ ଓରଫ୍ ବାପି କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଗଦାଧର ନାୟକ କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।
Leave A Reply