Odisha news

ଆଠଗଡ଼ ରେ ପାଳିତ ହୋଇଛି ରାଷ୍ଟ୍ରୀୟ ଲୋକ ଅଦାଲତ

0

ଆଠଗଡ଼ ତା ୧୪/୫/୨୨/ ଆଠଗଡ଼ ତାଲୁକ ଆଇନ ସେବା ପକ୍ଷରୁ ଶନିବାର ଆଠଗଡ଼ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତାଲୁକ  ଆଇନ ସେବାର ଅଧକ୍ଷ  ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଦୀପ୍ତ କୁମାର ସାହୁ ଅନୁଷ୍ଠାନିକ ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ  ଉଦଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ। ୬ଟି ମୋଟର ଯାନ ଦୁର୍ଘଟଣା ମାମଲାର ସମାଧାନ କରି କ୍ଷତିପୂରଣ ବାବଦରେ ୨୭ ଲକ୍ଷ ୯୦ ହଜାର ଟଙ୍କା ଆବେଦନକାରୀ ଙ୍କୁ ପ୍ରଦାନ ଆଦେଶ ଦେଇଛନ୍ତି। ସେହିପରି ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ ୧୫ଟି ବ୍ୟାଙ୍କ ଋଣ ଅନାଦେୟ ମାମଲା ରୁୁ ୧୦.୮୫,୧୯୭- ୪୮ ଟଙ୍କା ଆଦାୟ କରାଇଥିଲେ। ଏସଡି ଜେଏମ ଏସ କୁନମୁନ ଆଚାରୀ ୪୦ ଟିି ,ଜେଏମଏଫସି ପୂଜା ଜୈନ ୩ ଟି ପୌଜଦାରୀ ମାମଲାର ସମାଧାନ ଆଦେଶ ଦେଇଛନ୍ତି। ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ ବହୁ ରାଜସ୍ଵ ମାମଲାର ଆଂଶିକ ସମାଧାନ କରି ରାଜସ୍ଵ ବାବଦରେ ୧୮,୧୪୭ ଟଙ୍କା ଆଦାୟ କରିଥିଲେ।ଏହି ଅଦାଲତ ରେ ଷ୍ଟେଟବ୍ୟାଙ୍କ, ଇଉକୋ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ର ବିଭିନ୍ନ ଶାଖା  ଅଧିକାରୀ ମାନେେ ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ। ଆଠଗଡ ଆଇନୀଜୀବୀ  ସଂଘର  ସଭାପତି ସତ୍ୟେନ ପଣ୍ଡା ଙ୍କ ସମେତ ବହୁ ଆଇନଜୀବି ଉପସ୍ଥିତ ଥିଲେ। ଅଦାଲତର କର୍ମଚାରୀମାନଙ୍କ ସହ ଆଇନସେବା ସଂସ୍ଥା ସହାୟିକା ରାଜଶ୍ରୀ ମହଲା, ବୀଣାପାଣି ପଣ୍ଡା ପ୍ରମୁଖ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.