Odisha news

ଗ୍ରେଡ ପେ ବଢ଼ାଇବା ଦାବି ରେ ଜିଲ୍ଲା ସ୍ତରୀୟ ଅମଲା ଙ୍କ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ

0

ଆଠଗଡ଼ ତା ୧/୬/୨୩ ଗୁରୁବାର ୨୦୧୭ ମସିହା ଠାରୁ ଜିଲ୍ଲା ସ୍ତରୀୟ ଅମଲା ଙ୍କର ନିଯୁକ୍ତି ରେ ସ୍ନାତକ ସହ କମ୍ପ୍ୟୁଟର ଶିକ୍ଷା ରେ ପ୍ରବେଶିକା ହେଉଥିବା ବେଳେ ସେମାନଙ୍କ ଦରମାରେ ସରକାରଙ୍କର ବୈମାତୃକ ମନୋଭାବ ଦେଖାଉଛନ୍ତି। ପ୍ରବେଶିକା ୧୯୦୦ ଗ୍ରେଡ ପେ ଅର୍ଥାତ୍ level ୪ ପାଉଛନ୍ତି, କିନ୍ତୁ ସେହି ଶିକ୍ଷା ଗତ ଯୋଗ୍ୟତା ରେ ଅନ୍ୟ କର୍ମଚାରୀ ମାନେ ୪୨୦୦ ଗ୍ରେଡ ପେ ଅର୍ଥାତ୍ level ୯ ଆଧାରରେ ଦରମା ପାଉଛନ୍ତି।  ତେଣୁ ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରତି ଏଭଳି ପାତର ଅନ୍ତର ନୀତି କୁ ବଦଳାଇବା ପାଇଁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଜିଲ୍ଲାପାଳ ଙ୍କୁ ସରକାର ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ଦିଆ ଯାଇଥିଲା । ଏହା ପରେ ମୁଖ୍ୟ ଶାସନ ସଚିବଙ୍କୁ ଚରମ ପତ୍ର ଦିଆଯାଇଥିଲା  ପରେ ୨୨.୦୫.୨୦୨୩ ରୁ ୩୧.୦୫.୨୦୨୩ ରିଖ ପଯ୍ୟନ୍ତ ରାଜ୍ୟ ର ସମସ୍ତ ଅମଲା କଳା ବ୍ଯାଚ ପରିଧାନ କରିଥିଲେ । କିନ୍ତୁ ଇତି ମଧ୍ୟ ରେ ସରକାର କୌଣସି ସାନ୍ତ୍ଵନା ମୂଳକ ପଦକ୍ଷେପ ନେଇନଥିବାରୁ ରାଜ୍ୟ ମିଳିତ ମଞ୍ଚ ର ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ଅର୍ଥାତ୍ ତା ୦୧.୦୬.୨୦୨୩ ରିଖ ଠାରୁ ସମସ୍ତ ବିଭାଗର ଅମଲା ମାନେ ନିଜର ନାର୍ଯ୍ୟ ଦାବି ପୂରଣ ନିମନ୍ତେ, ଅନିର୍ଦ୍ଧିଷ୍ଟ କାଳ ପାଇଁ ନିଜ ସରକାରୀ କାର୍ଯ୍ୟ ରୁ ନିବୃତ ରହିଛନ୍ତି । ଆଜି ଆଠଗଡ଼ ର ସମସ୍ତ ଅଫିସ ର ଅମଲା ମାନେ ମଧ୍ୟ ଏହି ନିୟମକୁ ପାଳନ କରି ନିଜ କାର୍ଯ୍ୟ ରୁ ନିବୃତ ଅଛନ୍ତି ଓ ଜିଲ୍ଲା ସଂଘ ପକ୍ଷ ରୁ ଗଠିତ ଆକ୍ସନ ଗ୍ରୁପ ଦ୍ଵାରା ସବୁ ଅଫିସ ରେ  ତନଖି ଥିଲେ। ଏହି ଆକ୍ସନ ଟିମ୍ ଟି ଆଠଗଡ଼ ମିଳିତ ଅମଲା ମଞ୍ଚ ର ଅଧ୍ୟକ୍ଷ ଅଜୟ କୁମାର ପଟ୍ଟନାୟକ ଙ୍କ ତତ୍ତ୍ଵ ବଧ।ନରେ ତନଖି ଥିଲେ। ଏହି ଟିମ୍ ରେ ଆଠଗଡ଼ ଉପସଭାପତି ପ୍ରତାପ କୁମାର ଲେଙ୍କା, ସମ୍ପାଦକ ମନୋଜ କୁମାର ସେଠୀ, ଆଦିତ୍ୟ ପ୍ରସାଦ ପ୍ରଧାନ, ସୌମ୍ୟରଞ୍ଜନ ଜେନା, ବିଜୟ କୁମାର ପ୍ରଧାନ, ତନ୍ମୟ ଦାସ, ସଞ୍ଜୟ ବେଉରା, କୁଳମଣି ପଣ୍ଡା, ହୃଦୟ କମଳ ପଣ୍ଡା, ସଂଗ୍ରାମ କେଶରୀ ସ୍ୱାଇଁ, ମାନସ ବାବୁ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଏହି ଆକ୍ସନ ଟିମ୍ ର କାର୍ଯ ତୁଲାଇଥିଲେ। ସଂଘ ର ସଭାପତି ଶ୍ରୀ ଅଜୟ କୁମାର ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସଂଘ ର ନିର୍ଦ୍ଦେଶ ଅନୁସାରେ ତାଙ୍କର ଦାବି ଅର୍ଥାତ୍ ୯୩୦୦-୪୨୦୦ (Leval 9) ପୂରଣ ହେବା ପରେ ସେମାନେ କାର୍ଯ୍ୟ ରେ ଯୋଗଦେବେ, ନଚେତ୍ ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟି ରେ ରହିବେ।

Nalco
Leave A Reply