Odisha news

ଆଠଗଡ ରେଞ ଅଧିନରେ ହାତୀପଲ

0
ଆଠଗଡ ୦୩/୦୪ସୋମବାର  ଆଠଗଡ ରେଞ ଅଧିନରେ ଅପରାହ୍ନ ରେ ହାତୀପଲ ଦେଖିବାକୁ ମିଳିଛି। ଆଠଗଡରୁ କଟକ ଭାୟା ମୁଣ୍ତଳି ରାସ୍ତାର ମେଘା ଗଢ଼ା ନିକଟରେ ହାତୀ ପଲକୁ ଦେଖିବା କୁ ମିଳିଥିଲା। ଚନ୍ଦକା ଅଞ୍ଚଳରୁ ପ୍ରାୟ ୧୮ ଟି ହାତୀ ଆସିଥିବା ଜଣା ପଡିଛି। ଏହି ହାତୀ ପଲରେ ଦନ୍ତା , ମାଇ ଓ ଛୁଆ ହାତୀ ରହିଥିବା ଜଣା ପଡିଛି। ଖାଦ୍ୟ , ପାନୀୟ ଓ ସୁରକ୍ଷିତ ସ୍ଥାନ ଅନ୍ବେଷଣରେ ହାତୀପଲ ବର୍ତ୍ତମାନ ଗ୍ରାମାଭିମୁଖୀ ହୋଇ ପଡୁଛନ୍ତି। ହାତୀ ଙ୍କ ଆଗମନ ଯୋଗୁଁ ସ୍ଥାନୀୟ ମେଘା , ଧୁରୁଷିଆ , କଟକିଆସାହି ପଞାୟତର ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଖବର ପାଇଁ ଆଠଗଡ ଡିଏଫ ଓ ଯଞଦତ୍ତ ପତି , ସଦର ଫରେଷ୍ଟ ରେଞ ଅଫିସର ରବୀନ୍ଦ୍ର କୁମାର ନାୟକ , ରାଜନଗର ଫରେଷ୍ଟର ସୁଶୀଲ କୁମାର ଜେନା ଙ୍କ ସହ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହାତୀ ଙ୍କ ଗତିପଥ ଉପରେ ତୀକ୍ଷ୍ଣଣ ନଜର ରଖାଯାଇଛି ତଥା ସାଧାରଣ ଜନତା ଏବଂ ଚାଷୀମାନେ ଭୟଭୀତ ନ ହେବା ପାଇଁ ରାଜନଗର ଫରେଷ୍ଟର ଜେନା ପ୍ରକାଶ କରିଛନ୍ତି।
Govt
Leave A Reply