ବାରଙ୍ଗ : ସୋମବାରଦିନ ନନ୍ଦନକାନନରେ ଏକ ଅଣ୍ଡିରାଉଡ଼ନ୍ତା ମୂଷା ମୃତ୍ୟୁବରଣ କରିଛି । ଏହି ଉଡନ୍ତା ଗୁଣ୍ଡୁଚିମୂଷାଟି ଖୋର୍ଦ୍ଧା ଅଞ୍ଚଳରୁ ପିପୁଲ ଫର ଅନିମଲ କର୍ମଚାରୀଙ୍କଦ୍ୱାରା ଉଦ୍ଧାରହୋଇ ଚିକିତ୍ସାପାଇଁ ପ୍ରାଣୀଉଦ୍ୟାନରେ ଛଡ଼ା ଯାଇଥିଲା। ମୂଷା ଟି ଏଠାରେ ସୁସ୍ଥ ହେବା ପରିବର୍ତ୍ତେ ସୋମବାର ଦିନ ଅଖିବୁଜିଛି ।ସୂଚନା ଯୋଗ୍ୟ ଯେ , ଗତ ୧୯ ନଭେମ୍ବର ମାସରେ ନନ୍ଦନକାନନକୁ ଆସିବାପରେ ତାକୁ ଅନ୍ଧାରୀଘର ଭିତରେ ପର୍ଯ୍ୟଟକମାନଙ୍କ ଦେଖିବାପାଇଁ ରଖାଯାଇଥିଲା ।ମୃତ୍ୟୁର କାରଣ ଜଣାପଡିନଥିବାବେଳେ ତାର ଶବବ୍ୟବଛେଦ କରାଯାଇଛି।ତେବେ ଏହି ପ୍ରଜାତି ର ମୂଷା ପ୍ରାୟତ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଦେଖାଯାଅନ୍ତି। ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ଚାଲିଆସନ୍ତି । ଜଙ୍ଗଲ କ୍ଷୟ ପ୍ରମୁଖ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଇଛି।