Odisha news

ତ୍ରିଶୂଳିଆ ଛକରୁ ଗଞ୍ଜେଇ ଭର୍ତି ମାରୁତି କାର ଜବତ,୨ଗିରଫ

0
ବାରଙ୍ଗ : ସୋମବାର ଦିନ ସକାଳେ କଟକ ଅବକାରୀ ବିଭାଗଦ୍ୱାରା ତ୍ରିଶୂଳିଆ ଛକରୁ ଗଞ୍ଜେଇ ଭର୍ତି ମରୁତି କାରକୁ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି।ଗିରଫବ୍ୟକ୍ତି ହେଲେ ଗଂଜାମ ବରମପୁରର ସୁନୀଲକୁମାର ଦୋରା(୩୮)ଓ ରାଜପୁର ବଡ଼ସାହିର ଜିତୁ ନାୟକ(୨୯)। ଏହି ଦୁଇଜଣ ବ୍ୟକ୍ତି ଗଞ୍ଜାମରୁ
ଓଆର୦୨-ଆର-୨୯୨୮ ନମ୍ବର ମାରୁତି କାରଯୋଗେ ଗଞ୍ଜେଇ ନେଇ କଟକ ଅଭିମୁଖେ ଆସୁଥିଲେ।ବିଶେଷସୂତ୍ରରୁ ଖବର ପାଇ ଅବକାରୀବିଭାଗ ସୋମବାର ବଢିଭୋର ସମୟରେ ବାରଙ୍ଗ ତ୍ରିଶୂଳିଆ ଛକରେ ଜଗିରହିଥିଲେ।ଏହି ସମୟରେ ଦ୍ରୁତଗତିରେ ଆସୁଥିବା ମାରୁତି କାରକୁ ରୋକିଥିଲେ।ପରେ କାର କୁ ଯାଞ୍ଚ କରିବାପରେ କାର ଭିତରୁ ୫୭କେଜି ଗଞ୍ଜେଇ ଭର୍ତି ୩ଟି ଅଖାକୁ ଜବତ କରିଥିଲେ ।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ  ପାଞ୍ଚଲକ୍ଷସତୁରି ହଜାର ଟଙ୍କା ହେବ ବୋଲି କଟକ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।ଘଟଣାସ୍ତଲରୁ ଅବକାରୀ ବିଭାଗ ମାରୁତି କାରକୁ ଜବତ କରିବାସହ
 ସହ ସୁନୀଲ ଓ ଜିତୁକୁ ଗିରଫ କରି ଏକ ମକଦମାରୁଜୁ କରି କୋର୍ଟଚାଳଣ କରିଛି।
Govt
Leave A Reply