ତା୨୧।୦୩: ମଙ୍ଗଳବାର ଦିନ ୧୧ ସମୟରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଯୋଜନା ବିଷୟରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।ଆଠଗଡ଼ ବ୍ଲକର ୩୪ ଟି ପଞ୍ଚାୟତରେ ମୋଟ ଜବକାର୍ଡ ୧୭୪୩୬ ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୨୦୨୨-୨୩ ଆର୍ଥିକ ବର୍ଷ ସେପ୍ଟେମ୍ବର ମାସ ଶେଷସୁଧା ମୋଟ ୨୪୦୭ ଜଣ କାମ ମାଗିଥିବା ଜଣାପଡିଛି ।ସେଥିମଧ୍ୟରୁ ୨୧୩୪ ଜଣଙ୍କୁ କାମ ଯୋଗାଇ ଦିଆଯାଇ ୨୯୦୦୪ ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା ।୨୩ ଜଣ ଜବକାର୍ଡଧାରୀଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷ ସେପ୍ଟେମ୍ବର ମାସ ଶେଷ ସୁଧା ମୋଟ ୧୦୦ ଦିନର କାମ ଯୋଗାଇ ଦିଆଯାଉଥିଲା ବୋଲି ପ୍ରକାଶ ।ଏଥିରେ କ୍ଷୁଦ୍ର ଜଳସେଚନ,ଜଙ୍ଗଲ,ଉଦ୍ୟାନ,ମୂର୍ତ୍ତିକା ସଂରକ୍ଷଣ ବିଭାଗ ଅଂଶଗ୍ରହଣ କରି ନିଜନିଜ ବିଭାଗ ଦ୍ୱାରା କରାଯାଇଥିବା ପ୍ରକଳ୍ପର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ ।ଉକ୍ତ ଶିବିରରେ ମଣ୍ଡଳ ଉନ୍ନୟନ ଅଧିକାରୀ,ମନ୍ତ୍ରୀ ଙ୍କ ପ୍ରତିନିଧି,ଗଣମାଧ୍ୟମ ପ୍ରତିନିଧି ଙ୍କ ସମେତ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ଶେଷରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
