Odisha news

ବେଆଇନ ଖଣିରେ ଚଢାଉ : ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ଜବତ

0

ନିରାକାରପୁର,୨୧/୩:– ଖୋର୍ଦ୍ଧା ଜିଲ୍ଲାରେ ବଢିଚାଲିଛି ବେଆଇନ ମାଙ୍କଡା ପଥର ଚୋରାଚାଲାଣ।ମାଫିଆ ମାନେ କେତେକ ସରକାରୀ ବଡବାବୁ ମାନଙ୍କୁ ହାତଗୁଂଜା ଦେଇ ବେଫିକର ଭାବରେ ମାଙ୍କଡା ପଥର ଚୋରାଚାଲାଣ କରୁଛନ୍ତି।ମାଫିଆ ମାନେ ମାଙ୍କଡା ପଥରକୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରାଚାଲାଣ କରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ ହେଉଛି। ମାଙ୍କଡା ପଥର ଚୋରାଚାଲାଣ ରୋକିବା ପାଇଁ ଖୋର୍ଦ୍ଧା ଜିଲ୍ଲା   ନିରାକାରପୁର ପୋଲିସ ଆଇଆଇସି ଗୀତାଞ୍ଜଳି ନାୟକ ଙ୍କ ନେତୃତ୍ୱରେ ବଡ଼ପୋଖରୀଆ ନିକଟରେ  ଚାଲିଥିବା ବେଆଇନ ଖଣିରେ ଚଢ଼ାଉ କରି ଗୋଟିଏ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବତ କରିଛି। କଣ୍ଠପୁର ପାଟଣା ରବୀନ୍ଦ୍ରନାଥ ପଳେଇ ଙ୍କୁ ପୋଲିସ ଗିରଫ କରିଛି। ପଥର ଚୋରାଚାଲାଣ ରୋକିବା ପାଇଁ ଆଗକୁ ଚଢ଼ାଉ ଜୋରଦାର କରାଯିବ ବୋଲି ପୋଲିସ ସୂଚନାରୁ ଜଣାପଡିଛି।

Nalco
Leave A Reply