Odisha news

ସଂଭ୍ୟାବ ସନ୍ତ୍ରାସବାଦ ମୁକାବିଲା ନେଇ ଓଡ଼ିଶା ପୋଲିସିର ମକଡ୍ରିଲ

0
ଅସ୍ତରଙ୍ଗ,, ସନ୍ତ୍ରାସବାଦୀ ମାନେ ଜଳପଥରେ ଆସି ବମ୍ବେ ହାମଲା କରିବା ପରେ ପରେ, ସେହିଦିନଠାରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କର ସହାୟତା, ତଥା ନାଭି,କଷ୍ଟଗାର୍ଡ,ମେରାଇନ ପୋଲିସି ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇ ଆସୁଛି,ଜଳପଥରେ ସମ୍ଭାବି ସନ୍ତ୍ରାସବାଦ ର ପ୍ରବେଶ ନେଇ  ମଗ ଡ୍ରିଲ ତଥା ମିଳିତ ସମାରଭ୍ୟାସ । ଫଳ ସ୍ୱରୂପ ଅସ୍ତରଙ୍ଗ ଉପକୂଳରେ ମଙ୍ଗଳବାର ଦିନ, ମଗଡ୍ରିଲ ତଥା ସଂଭ୍ୟାବ ଆତଂଗ ବାଦି ଙ୍କ ମୁକାବିଲା ନେଇ ଦାଲୁଅକଣି,ଗୁଣ୍ଡଳବା, ସୁଧିକେଶ୍ଵର, ସହନ,ନୁଆଗଡ଼,କାଳିଆକଣ, ସହ, ଅସ୍ତରଙ୍ଗ ବଜ଼ାରରେ,ମୁତୟନ ହୋଇଛନ୍ତି ଏକ ସେକ୍ସନ ଫୋର୍ସ ,ଚାରିଜଣ ଅଫିସର,ଚଉଦ ଜନ କନେଷ୍ଟବଳ, ଚଉଦ ଜଣ ହୋମ ଗାର୍ଡ । ଏହିମାନେ,ସମୁଦ୍ର କୂଳରେ ରହି ବିଭିନ୍ନ ଦୁରବିକ୍ଷଣ ଯନ୍ତ୍ର ଦ୍ଵାରା ସମୁଦ୍ର ରେ ଚଳାଚଳ କରୁଥିବା ଜଳ ଜାନ ଉପରେ ନଜର ରଖିବା ସହ,ମେରାଇନ ପୋଲିସି ଦ୍ଵାରା  କାଗଜପତ୍ର ଯାଞ୍ଚ କରାଯାଇଥିବା ଜଣା ପଡ଼ିଛି । ଏହି ସଂଭ୍ୟାବ ଜଳପଥ  ହାମଲା ବା ମଗ ଡ୍ରିଲ କୁ ଆଇ,ଏନ,ସି ଚିଲିକା ପରିଚାଳନା କରୁଥିବା ବେଳେ,ଅସ୍ତରଙ୍ଗ ଉପକୂଳରେ ଚାଲିଥିବା ମିଳିତ ସମରଭ୍ୟାସ କୁ ତଦାରଖ କରୁଛନ୍ତି ଅସ୍ତରଙ୍ଗ ର ନୂଆଗଡ଼ ମେରାଇନ ଥାନା ଆଇ ଆଇ ସି ,ପଞ୍ଚାନନ ପରିଡା,ଅସ୍ତରଙ୍ଗ ଥାନା ସବ-ଇନିସିପେକ୍ଟର ଅଶୋକ କୁମାର ଦାସ, ସଂଗ୍ରାମ କେଶ୍ୱରୀ ସ୍ଵାଇଁ,ଅଫିସର କର ପ୍ରମୁଖ । ଏହି ମଗ ଡ୍ରିଲ ଦୁଇଦିନ ଧରି ଚାଲିବ ବୋଲି ପୋଲିସି ସୂତ୍ରରୁ ଜଣାପଡ଼ିଛି ।
Nalco
Leave A Reply