Odisha news

ରାଇବେରୁଆଁ ଗ୍ରାମରେ ବିଦେଶୀନି ଙ୍କ ଅଷ୍ଟପ୍ରହର ନାମଯଜ୍ଞ

0

ଅସ୍ତରଙ୍ଗ ୧୧ । ୦୨: ଅସ୍ତରଙ୍ଗ ବ୍ଲକ ଅଧିନ ଛୁରିଆନା ଗ୍ରାମ ପଂଚାୟତର ରାଇବେରୁଆଁ ଗ୍ରାମର, ବିଶ୍ୱନାଥ ଯୁବ ପରିଷଦ ଦ୍ୱାରା ଆୟୋଜିତ ଅଷ୍ଟପ୍ରହର ନାମ ଯଜ୍ଞରେ ସୁଦୂର ସୁଇଜରଲ୍ୟାଣ୍ଡର ୬ଜଣ ପୁରଷ ଓ ମହିଳା ଅଷ୍ଟପ୍ରହର ନାମଯଜ୍ଞ କରିଥିବା ଦେଖିବାକୁ ମିଳିଅଛି । ଏହି ସୁଇଜରଲ୍ୟାଣ୍ଡର ନାଗରୀକ ମାନେ ଭାରତୀୟ ପରମ୍ପରାରେ ନିଜକୁ ସାମିଲ କରି ବିଦେଶୀନି ମାନେ ଶାଢ଼ି ପିନ୍ଧିଥିବା ବେଳେ ପୁରୁଷ ମାନେ ଧୋତି ଓ ପାଇଜାମା ପରିଧାନ କରିଥିଲେ । ବିଭିନ୍ନ ଭାବ ଭଙ୍ଗିରେ ହାତକୁ ହାତ ଧରି ଯାଂଜ ଓ ମୃଦଙ୍ଗର ତାଳେ ତାଳେ, ସେମାନଙ୍କର ମୂହଁରେ ଥିଲା “ହରେ କୃଷ୍ଣ ହରେ ରାମ, ନିତେଇ ଗୈାର ରାଧେ ଶ୍ୟାମ୍” । ସେମାନଙ୍କ କହିବା ଅନୁଯାଇ ଆମ୍ଭର ଧନ, ଦୈାଲତ କୋଠାବାଡି ଆଦି ଥିଲେ ମଧ୍ୟ ସେମାନଙ୍କ ମନରେ ଶାନ୍ତି ନଥିବାରୁ ସୁଦୂର ସୁଇଜରଲ୍ୟାଣ୍ଡରୁ ଛୁଟି ଆସିଛନ୍ତି ଜଗନ୍ନାଥ ଦେଶକୁ ଭଗବାନଙ୍କ ନାମ ସଙ୍କିର୍ତ୍ତନ କରିବାକୁ ।
ଅସ୍ତରଙ୍ଗ ବ୍ଲକରେ ନୂତନ ବିଡିଓ
ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଡ. ବବିତା ମଂଜରୀ ନାୟକ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀମତି ନାୟକ ନୂଆପଡା ଜିଲ୍ଲାର ବରିଷ୍ଠ ପୋଲିସ ଅଧିକରୀ ରହିଥିଲେ । ଓ.ପି.ଏସ୍. ପଦବି ଛାଡିବା ପରେ ଓ.ଏ.ଏସ୍ ପଦବୀରେ ନୁଯିକ୍ତି ପାଇ କଳାହାଣ୍ଡି ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ଉଚ୍ଚ ପଦବୀରେ କିଛି ମାସ କାର୍ଯ୍ୟ କରିଥିଲେ । ହେଲେ ଅସ୍ତରଙ୍ଗ ରେ ଥିବା ବିଡିଓ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବାରୁ ଡ. ବବିତା ମଂଜରି ନାୟକ ନୂତନ ବିଡିଓ ଭାବରେ ଯୋଗ ଦେଇଛନ୍ତି । ତାଙ୍କୁ ବ୍ଲକ କର୍ମଚାରୀ ସଂଗଠନ ବିଭିନ୍ନ ସ୍ୱର୍ଚ୍ଛାସେବୀ ସଂଗଠନ ତରଫରୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ କରିଥିବା ଦେଖିବାକୁ ମିଳିଅଛି ।

Leave A Reply