ଦ୍ୱାରଶୁଣୀ ଘାଟି ଓ ଗଳାପୋଲ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କ ଦୃଷ୍ଟିଆକର୍ଷଣ କଲେ ରାଜ୍ୟସଭା ସାଂସଦ ସରୋଜିନୀ
ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଜାତୀୟ ରାଜପଥ ସମ୍ପର୍କିତ ବିଭିନ୍ନ ଦାବି ନେଇ ଦିଲ୍ଲୀରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ଭେଟିଛନ୍ତି ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ । ଝାଡଖଣ୍ଡର ବହଡାଗୁଡାରୁ ମୟୂରଭଞ୍ଜ ସିଙ୍ଗଡା ଛକ ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥ ଦ୍ୱାରଶୁଣୀ ଘାଟି ରାସ୍ତାକୁ ୪ଲେନ ବିଶିଷ୍ଟ କରିବା ନେଇ କେନ୍ଦ୍ରମନ୍ତ୍ରୀ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ପରିବେଶ ମଞ୍ଜୁରୀଜନିତ ସମସ୍ୟାକୁ ନେଇ ବିବାଦ ଲାଗିରହିଥିବାରୁ ଏହି ଘାଟିରାସ୍ତା ସମ୍ପ୍ରସାରଣ ହୋଇ ପାରୁନାହିଁ । ଫଳରେ ଏଠାରେ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି । ତେଣୁ ତୁରନ୍ତ ଏହି ଘାଟି ରାସ୍ତାକୁ ସମ୍ପ୍ରସାରଣ କରିବା ସହିତ ଟନେଲ୍ ନିର୍ମାଣ କରିବାକୁ ପଦକ୍ଷେପ ନେବାକୁ ଶ୍ରୀମତୀ ହେମ୍ବ୍ରମ ଦାବି କରିଥିଲେ । ସେହିପରି ବାରିପଦା ସହର ଦେଇ ଯାଇଥିବା ଏନ୍ଏଚ୍-୧୮ ସନ୍ନିକଟ ବାରିପଦା ପୌରପରିଷଦର ୱାର୍ଡନମ୍ବର ୨୧ ଓ ୨୬ ମଧ୍ୟରେ ଥିବା ନିଗମାନନ୍ଦ ଆଶ୍ରମ ନିକଟରେ ଏକ ଗଳାପୋଲ ନିର୍ମାଣ ପାଇଁ ମଧ୍ୟ ଦାବି କରିଛନ୍ତି । ଏଠାରେ ଏକ ଗଳାପୋଲ ନଥିବାରୁ ଲୋକେ ହଇରାଣ ହେଉଛନ୍ତି । ଏହି ସମସ୍ୟାକୁ ନେଇ ସ୍ଥାନୀୟ ଜନତା ବାରମ୍ବାର ଆନେ୍ଦାଳନକୁ ଓହ୍ଲାଉଛନ୍ତି । ସେହିପିର ଏନ୍ଏଚ୍-୪୯ ବିଶୋଇ ଛକ ନିକଟରେ ଏକ ଓଭରବି୍ରଜ୍ ନିର୍ମାଣ ପାଇଁ ମଧ୍ୟ ଦାବି ଜଣାଇଛନ୍ତି । ଏହାସହିତ ଏନ୍ଏଚ୍-୧୮ କୁଚେଇ ଏବଂ କୁଳିଅଣା ମାର୍କେଟ୍ରେ ଗୋଟିଏ ଲେଖାଏଁ ଫୁଟ ଓଭରବି୍ରଜ୍ ନିର୍ମାଣ ପାଇଁ ଦାବି କରିଛନ୍ତି ସରୋଜିନୀ ।