ଅସ୍ତରଙ୍ଗ,ଶ୍ରୀ ଜଗନ୍ନାଥ ଙ୍କ ନବକଳେବର ସମୟରେ ପୁରୀ ଧାମରୁ ବନଯାଗ ଯାତ୍ରୀମାନେ ଦାରୁ ନିର୍ଣ୍ଣୟ ପାଇଁ ମା, ମଙ୍ଗଳାଙ୍କୁ ତପସ୍ୟା କରିଥାନ୍ତି । ଜଗନ୍ନାଥ ସଂସ୍କୃତି ସହ ମା ମଙ୍ଗଳାଙ୍କ ପରମ୍ପରା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । କିନ୍ତୁ, ମା, ମଙ୍ଗଳାପୀଠ କାକଟପୁର ର ବିକାଶ ଯେପରି ହେବାକଥା ସେପରି ହେଇପାରି ନାହିଁ । ଯାହା ଫଳରେ ଏଠାକୁ ଆସୁଥିବା ଭକ୍ତ ମାନେ ବହୁ ଅସୁବିଧା ର ସମ୍ବୁଖିର୍ଣ ହେଉଛନ୍ତି ବୋଲି ପ୍ରଦେଶ କଂଗ୍ରେସ କୃଷକ ସେଲ ର ଅଧ୍ୟକ୍ଷ ଶ୍ରୀ ଅମୀୟକୁମାର ପଟ୍ଟନାୟକ ଅସ୍ତରଙ୍ଗ ଠାରେ ଲିଖିତ ଆକାରରେ ପ୍ରକାଶ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଶ୍ରୀ ପଟନାୟକ ଗତ ୨୮ତାରିଖ ଦିନ ପୀଠର ବିକାଶ ନିମନ୍ତେ ୫ଟି ସଚିବ ଶ୍ରୀଯୁକ୍ତ ପାଣ୍ଡିଆନ ଙ୍କ ନିକଟକୁ୧୫ଦଫା ଦାବିପତ୍ର ପଠାଇଛନ୍ତି । ଦାବିଗୁଡିକ ମଧ୍ୟରେ ପତ୍ନତତ୍ୱ ବିଭାଗ ଦ୍ଵାରା ମନ୍ଦିର ଗର୍ଭଗୃହ,ମନ୍ଦିର ଭିତରେ ପଥର ସୋଲିଙ୍ଗ,ସିଂଘ ଦ୍ଵାର ର ସ୍ଥାୟୀ ମରାମତି,ମନ୍ଦିର ରେ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ,ପରିକ୍ରମା ଓ ପ୍ରସାଦ ସେବନ ର ସ୍ୱନ୍ତତ୍ର ବ୍ୟବସ୍ତା,ଘଣ୍ଟତୋଳା ତୁଠର ପୁର୍ନରୁଦ୍ଧାର,ପରିଷ୍କାର ପରିଛର୍ଣ୍ଣତା,ମନ୍ଦିର କୁ ସଂଯୋଗ ରାସ୍ଥାର ଆଲୋକି କାରଣ,ମନ୍ଦିର ନିକଟରେ ସୂଚନା କେନ୍ଦ୍ର ,ମନ୍ଦିର ଉପରେ ନିର୍ଭର ଶୀଳ ପୂଜାପଣ୍ଡା ଓ ସେବାୟତ ମାନଙ୍କ ପାଇଁ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ବେବ୍ୟସ୍ଥା, ସେବାୟତ ଙ୍କ ପାଇଁ ବିଶ୍ରାମ ଗୃହ ସ୍ଥାପନ, ସେବାୟତ ମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଘୋଷଣା ,କାକଟପୁରକୁ ଏନ ଏ, ସି ଘୋଷଣା,ପୁରୀ ଓ ଭୁବନେଶ୍ବର ରୁ ମୋ ବସ ସେବା ଆରମ୍ଭ ,ଯାତ୍ରୀ ମାନଙ୍କ ପାଇଁ ସ୍ଥାୟୀ ସୌଚାଳୟ ଆଦି ଉଲ୍ଲେଖ ନିୟ ରହି ଅଛି ବୋଲି ଶ୍ରୀ ପଟନାୟକ କହିଛନ୍ତି ।
