ଜଳେଶ୍ୱର-୨୯/୦୯ : ଜଳେଶ୍ୱର ବ୍ଳକ ଅନ୍ତର୍ଗତ ମହମ୍ମଦନଗରପାଟଣା ପଂଚାୟତରେ ମୋ ସେବାକେନ୍ଦ୍ରକୁ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା ଉଦ୍ଘାଟନ କରିଛନ୍ତି । କୃଷକ ମାନଙ୍କର ବିଭିନ୍ନ ସୁବିଧା ସୁଯୋଗ ବିଶେଷ କରି କାଳିଆ ଯୋଜନା ଓ ପିଏମ୍ ଯୋଜନାରେ ସହାୟତା ରାଶି କୃଷି ସାମଗ୍ରୀ ଓ ସାରକୀଟନାସକ ଇତ୍ୟାଦି ପାଇବାଲାଗି ମୋ ସେବାକେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଜେନା ଉଦ୍ଘାଟନ ଅବସରରେ କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ସରପଂଚ ଅରୁଣ ସେନାପତି ଅଧ୍ୟକ୍ଷତା କରିଥିଲେ । ଏବିଡିଓ ଦିବ୍ୟସିଂହ କହଁର, ମଙ୍ଗଳ ଅଧିକାରୀ ସୁଜୟ କୁମାର ଚାନ୍ଦ, ସମିତି ସଦସ୍ୟ ପ୍ରତିନିଧି ରାମକୃଷ୍ଣ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ପଂଚାୟତର ନିର୍ବାଚନ ପ୍ରତିନିଧି ଓ କେତେକ ଗ୍ରାମବାସୀ ଉପସ୍ଥିତ ଥିଲେ ।
