ଅସ୍ତରଙ୍ଗ, ପୁରୀଜିଲା ଅସ୍ତରଙ୍ଗ ବ୍ଲକ ର ନୁଆଗଡ଼ ମେରାଇନ ଥାନା ଅଧିନ ଦେବୀନଦୀ ତଥା ପୁରୁଣା ଜେଠି ନିକଟରୁ ମଙ୍ଗଳବାର ଦିନ ସାମୁଦ୍ରିକ ଥାନା ଅଧକାରୀ ଶ୍ରୀ ବାମଦେବ ନନ୍ଦ ଏକ ମହିଳା ଙ୍କ ମୃତଦେହ ଜବତ କରିଛନ୍ତି । ମୃତ ମହିଳାଙ୍କ ବୟସ ତିରିଶ ଭିତରେ ହୋଇଥିବା ଅନୁମାନ କରାଯାଉଥିବା ବେଳେ, ଶରୀରରେ ଏକ ଗ୍ରୀନ କଲର ବ୍ଲାଉଜ ଓ ଅଣ୍ଟାରେ ଗୋଲାପୀ ରଙ୍ଗର ଏକ ସାଇଆ ରହିଅଛି । ପୋଲିସି ଉକ୍ତ ଶବକୁ ଜବତ କରି ପୁରୀ ର ସାଇଁଟିଫିକ ଟିମକୁ ଡକାଇ ନମୁନା ସଂଗ୍ରହ କରିବା ସହ,ଚିହ୍ନଟ ନିମନ୍ତେ ଚାରି ଘଣ୍ଟା ରଖିଥିଲେ ମଧ୍ୟ , କେହି ନ ଆସିବାରୁ ଇଉ ଡି କେଶ ନମ୍ବର୨/୨୦୨୨ରେ ରେ ଏକ ଅପମୃତୁ ମାମଲା ରୁଜ କରି ଶବ ବବ୍ୟଛେଦ ନିମନ୍ତେ ପୁରୀ ପଠାଇଅଛି । ଏହି ମୃତକ ମହିଳା ଜଣଙ୍କର ଶବ ଚିହ୍ନଟ ହୋଇପାରି ନ ଥିବାରୁ ପୋଷ୍ଟବଟମ ର ୯୬ ଘଣ୍ଟା ପର୍ଯ୍ୟନ୍ତ ଏହା ସଂରକ୍ଷିତ ରଖାଯିବ । ଯଦି ସମୟ ସିମା ଭିତରେ କେହି ନ ପହଂଚିଲେ ତାହାଲେ ମୃତକ ଙ୍କୁ ପୋତିଦିଆଜିବ ବୋଲି ଜଣାପଡିଛି ।
