କଣାସ ୨୭/୦୯/୨୦୨୨ : ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏକେଏସଏସ (ଆଞ୍ଚଳିକ କୁଞ୍ଜେଶ୍ୱରି ସାଂସ୍କୃତିକ ସଂସଦ) ତରଫରୁ କଣାସ ବ୍ଲକର ବନ୍ୟା ବିପନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ରିଲିଫ୍ ବଣ୍ଟନ ଜାରି ରହିଛି ।ଅଗଷ୍ଟ ୧୬ରୁ ଆଜି ପର୍ଯ୍ୟନ୍ତ ଏହି ସଂସ୍ଥା ପକ୍ଷରୁ ବିଭିନ୍ନ ରିଲିଫ୍ କାର୍ଯ୍ୟକ୍ରମ ମଧ୍ୟରେ ବନ୍ୟା ଘେରରେ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ତାଳପଡ଼ା ଠାରେ ଫ୍ରୀ କିଚିନ ଦିଆଯାଇଥିଲା ।ବ୍ୟାପକ ଖେତିଗ୍ରସ୍ଥ ଗ୍ରାମମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ,ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ସହ ସୁଧ୍ୟ ପାନୀୟ ଜଳ ବଣ୍ଟନ କରାଯାଇଥିଲା ।ଏବେ ବନ୍ୟାରେ ଅତ୍ୟଧିକ ପ୍ରଭାବିତ ହୋଇଥିବା ବିଧବା,ଭିନ୍ନକ୍ଷମ,ଦିନ ମଜୁରିଆ ଓ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ସ୍ବତନ୍ତ୍ର ରିଲିଫ କାର୍ଯ୍ୟକ୍ରମ ଜାରି ରହିଛି।ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ସହୁପଡା,ଚିପୁରିଙ୍ଗ,ଦୋକନ୍ଦା, ବଡ଼ା ସ,ଗଡସାନପୁଟ,ଅଣ୍ଡାରସିଂହ ଓ ସିରେଇ ପ୍ରଭୁତି ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଅବଶିଷ୍ଟ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ରିଲିଫ୍ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂପାଦକଙ୍କ ଠାରୁ ପ୍ରକାଶ ।ଆଜି ଏହି ପରିପ୍ରେକ୍ଷୀରେ ୩୫୦ଟି ପରିବାରଙ୍କୁ ରାସନ୍ ସାମଗ୍ରି ବଣ୍ଟନ କରାଜାଇଥିଲା ।ଏଥିରେ ଚାଉଳ,ଚୁଡ଼ା,ଚିନି, ଲୁଣ,ସୁଜି ଓ ଅଟା ଇତ୍ୟାଦି ରହିଛି ।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ରଜନୀ କାନ୍ତ ପାଢ଼ୀ,କୃପାସିନ୍ଧୁ ପାଇକରାୟ,ଗୌରୀ ଦାସ,ସଂଗୀତା ପ୍ରଧାନ,ସୁଜାତା ବାହୁବଳେନ୍ଦ୍ର,ରଜନୀ ରାଣୀ ମାର୍ଥା,ପ୍ରଦୀପ ବେହେରା ,ପ୍ରେମାନନ୍ଦ ଜାଲି ଓ ଶାଶ୍ବତ ବଳିଆରସିଂହ ପ୍ରମ୍ମୁଖ ପରିଚାଳନା କରିଥିଲେ ।
